ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଗୁରୁତର

Published By : Prameya-News7 Bureau | February 21, 2024 IST

ସୁନ୍ଦରଗଡ଼ ୨୧।୦୨ : ସୁନ୍ଦରଗଡ଼ ଟିକାୟାତପାଲି ଥାନା ଯାତ୍ରାଖମଣ ନିକଟରେ ଦୁର୍ଘଟଣା । ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଅନୁପମା ନାମକ ଏକ ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ  ନେଇ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ଦ୍ରୁତରେ ଆସୁଥିବା ଏକ ଟ୍ରକ ସହିତ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଜାତୀୟ ରାଜପଥ ୧୪୩ ନମ୍ବର ଯାତ୍ରାଖମଣ ନିକଟରେ ପିଟି ହୋଇଥିଲା। ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ବଣାଇ ଏବଂ ରାଉରକେଲା ମେଡିକାଲକୁ ଚିକିତ୍ସା ଲାଗି ପଠାଇଛି ।  

wp:embed {"url":"https://www.prameyanews7.com/bumrah-rested-in-ranchi-test-kl-rahul-could-not-return-to-the-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bumrah-rested-in-ranchi-test-kl-rahul-could-not-return-to-the-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.