ମହୀଶୂରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
29/05/2023 at 7:10 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ କାର ଏବଂ ବସ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଶିଶୁଙ୍କ ସମେତ ୧୦ ଜଣ ପ୍ରାଣ ହରାଇଛନ୍ତି । ମହୀଶୂରନିକଟ ନରସିପୁରା ନିକଟରେ ଏହି ଦୁର୍ଘଟଣା ଘଟିଛି ।
Karnataka | 10 people including two children dead in an accident between a private bus and a car near Tirumakudalu-Narasipura: Seema Latkar, SP Mysuru
— ANI (@ANI) May 29, 2023
ଇନୋଭା କାରରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି, ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା କାରରେ ଅନ୍ୟମାନଙ୍କ ମୃତ ଶରୀରର ଫସି ରହିଛି । ପୋଲିସ ପ୍ରଶାସନ ଦୁର୍ଘଟଣାସ୍ଥଳରେ ରହିଛି । ମୈସୁର ପୋଲିସ କମିଶନର ସୀମା ତଲକର କହିଛନ୍ତି ଯେ ତିରୁମକୁଡଲୁ-ନରସୀପୁରା ନିକଟରେ ଏକ ଘରୋଇ ବସ ଏବଂ ଏକ କାର ମଧ୍ୟରେ ଏହି ଦୁର୍ଘଟଣା ହୋଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଲେଖାଏଁର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରାଇବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
READ