ଆମ୍ବୁଲାନ୍ସରେ ରାଜ୍ୟ ଵାହାରକୁ ଗଂଜେଇ ଚାଲାଣ ଵେଳେ ୧୦ ଜଣଙ୍କୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | July 15, 2019 IST

କୋରାପୁଟ ୧୫/୭: ଗଂଜେଇ ଚୋରା ଚାଲାଣର ନୂଆ ତରିକା।ଆମ୍ବୁଲାନ୍ସରେ ରାଜ୍ୟ ଵାହାରକୁ ଗଂଜେଇ ଚାଲାଣ ଵେଳେ ମାଡି ଵସିଲା ପୋଲିସ।

{"id":133811}

ଜୟପୁର ଉପଖଣ୍ଡ ପୋଲିସ ଦ୍ଵାରା ୩ଟି ଗଂଜେଇ ଚାଲାଣ ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରା ଯାଇଥିବା ବେଳେ ଗୋଟିଏ ଆମ୍ଵୁଲାନ୍ସ ସହ ଗୋଟିଏ ବୋଲେରୋ ଗାଡି ଓ ଗୋଟିଏ ମଟର ସାଇକେଲ ଜଵତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର SDPO।କୋରାପୁଟ ଜିଲ୍ଲାରେ ଗଂଜେଇ ଚୋରା ଚାଲାଣ ରୋକିଵାକୁ ଜିଲ୍ଲାରେ ଅପରେସନ ଗ୍ରୀନ କ୍ଳିନ ୨ ଚାଲିଥିବାରୁ ଗଂଜେଇ ଚାଲାଣକାରୀ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି।

{"id":133812}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.