ସହଯୋଗୀ ରାଷ୍ଟ୍ରଙ୍କ ବିରୋଧରେ ଫସିଥିଲା ବାଇଡେନ୍‌ଙ୍କ ତୁଣ୍ଡ: ଜେନୋଫୋବିକ୍ ମନ୍ତବ୍ୟରେ ପେଚ୍ ପକାଇଲା ହ୍ୱାଇଟ୍ ହାଉସ୍

Published By : Prameya-News7 Bureau | May 03, 2024 IST

indiatoday

ୱାଶିଂଟନ: ନିକଟରେ ଆମେରିକା ରାଷ୍ଟ୍ରପତି ଚୀନ,ଜାପାନ ଓ ଭାରତକୁ ଜେନୋଫୋବିକ (ବିଦେଶୀଙ୍କ ପ୍ରତି ଭୟ ଓ ବିଦ୍ୱେଶ ଭାବ ରଖୁଥିବା ବ୍ୟକ୍ତି) କହି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ଆମେରିକା ଏଥିରେ ପେଚ୍‌ ପକାଇବାକୁ ଚେଷ୍ଟା କରିଛି। ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍ ଗଣମାଧ୍ୟମ ସଚିବ ଜିନ୍ ପିଏରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଏକ ବଡ଼ ଦିଗକୁ ବିଚାର କରି କହିଥିଲେ। ନହେଲେ ଆମେରିକାର ସହଯୋଗୀମାନେ ଜାଣନ୍ତି ଯେ ବାଇଡେନ୍ ସେମାନଙ୍କୁ କେତେ ସମ୍ମାନ କରନ୍ତି। 

ପଏରେ କହିଛନ୍ତି “ ସେ (ବାଇଡେନ୍) ଏକ ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଟିପ୍ପଣୀ ରଖୁଥିଲେ। ସେ କହୁଥିଲେ ଯେ ସରଣାର୍ଥୀଙ୍କ ଦ୍ୱାରା ଦେଶକୁ କେତେ ଫାଇଦା ହୋଇଥାଏ। ଏମାନେ ଆମ ଦେଶକୁ କେତେ ମଜଭୁତ କରିଥାନ୍ତି। ଏଥିପାଇଁ ସେ ଏମିତି କହିଥିଲେ।।” 

ବୁଧବାର ଆୟୋଜିତ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ନିଜର ଦୁଇ ବଡ଼ ବ୍ୟବସାୟୀକ ସହଯୋଗୀ ରାଷ୍ଟ୍ର ଜାପାନ, ଭାରତ ଓ ଚୀନ ଆଉ ଋଷିଆକୁ ଜେନୋଫୋବିକ ଦେଶ ବୋଲି କହିଥିଲେ। ଏହି ଦେଶମାନେ ଶରଣାର୍ଥୀଙ୍କୁ ଗ୍ରହଣ କରନ୍ତି ନାହିଁ। ଏଥିପାଇଁ ସେମାନଙ୍କର ଅର୍ଥନୀତିରେ ଅଭିବୃଦ୍ଧି ହେଉ ନାହିଁ ବୋଲି ବାଇଡେନ୍ କହିଥିଲେ। 

ପଢ଼ନ୍ତୁ-ପ୍ରେସ୍ ସ୍ୱାଧୀନତା ମାମଲାରେ ଭାରତର ସ୍ଥିତି ପାକିସ୍ତାନ ଏବଂ ସୁଡାନଠାରୁ ବି ଖରାପ: ରିପୋର୍ଟ

ବାଇଡେନ୍‌ଙ୍କ ବିବାଦୀୟ ବୟାନ ଉପରେ ତାଳି ପକାଇ ପେଏରେ ଆହୁରି କହିଛନ୍ତି ଯେ ବାଇଡେନ ଏକ ବ୍ୟାପକ ଦିଗ ବିଷୟରେ କହୁଥିଲେ। ନହେଲେ ଆମର ସହଯୋଗୀମାନେ ଜାଣନ୍ତି ଯେ ବାଇଡେନ୍ ସେମାନଙ୍କୁ କେତେ ସମ୍ମାନ ଦିଅନ୍ତି। ଆମେରିକା ଭାରତ ଓ ଜାପାନ କୂଟନୈତିକ ସମ୍ପର୍କ ମଜବୁତ କରିଛି। ଉଭୟ ସହିତ ଘନିଷ୍ଟ ସମ୍ପର୍କ ମଧ୍ୟ ରହିଛି ବୋଲି ପିଏରେ କହିଛନ୍ତି।   

ପ୍ରକୃତରେ ବାଇଡେନ୍‌ ଶରଣାର୍ଥୀମାନେ ଦେଶ ପାଇଁ କେତେ ଜରୁରୀ ଏହି କଥା କହୁଥିଲେ। ବିଭିନ୍ନ ସ୍ଥାନରେ ଶରଣାର୍ଥୀଙ୍କ ଉପରେ ଆକ୍ରମଣ ବଢୁଛି। ହେଲେ ଆମେ ଶରଣାର୍ଥୀଙ୍କୁ ସ୍ଥାନ ଦେଇ କେତେ ଲାଭବାନ ହେଇଛୁ ତାହା ବାଇଡେନ୍ କହିବାକୁ ଚାହୁଁଥିଲେ ବୋଲି ପିଏରେ କହିଛନ୍ତି।   

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.