ଝିଟିପିଟି ପଡିଲେ ଖୀର ବିଷାକ୍ତ ହୁଏ କି ? ଜାଣନ୍ତୁ, କଣ କୁହନ୍ତି ଡ଼କ୍ଟର...

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ ୨୪।୦୪: ଖୀରରେ ଝିଟିପିଟି ପଡିଲେ ଏହାକୁ ପିଇବା ଉଚିତ୍ ନୁହେଁ । କୁହାଯାଏ କି ଝିଟିପିଟି ପଡିଲେ କ୍ଷୀର ବିଷାକ୍ତ ହୋଇଯାଏ ଏବଂ ଯିଏ ଏହାକୁ ପିଏ ତାର ମୃତ୍ୟୁ ମଧ୍ୟ ହୋଇପାରେ । କଣ ଏହା ସତ ? ଆସନ୍ତୁ ଜାଣିବା...

ଡକ୍ଟରଙ୍କ ଅନୁଯାୟୀ, ଝିଟିପିଟି ପଡିଲେ କୌଣସି ବ୍ୟକ୍ତିଙ୍କର ଜୀବନ ଯାଇପାରେ ଏହା ଏକ ଭୁଲ ଧାରଣା । ଏପରି କଦାପି ହୁଏ ନାହିଁ । ଡକ୍ଟରଙ୍କ ଅନୁଯାୟୀ,  କ୍ଷୀରରେ ଝିଟିପିଟି ପଡିଲେ ବିଷାକ୍ତ ହୋଇଯିବାର ଧାରଣା ମଧ୍ୟ ଭୁଲ୍ ।  

ସେ କହିଛନ୍ତି କ୍ଷୀରରେ ଝିଟିପିଟି ପଡ଼ି ସ୍ବାସ୍ଥ୍ୟ ଖରାପ ହେବାର ଆଉ ଏକ କାରଣ ରହିଛି । ଝିଟିପିଟି ଅନେକ ସ୍ଥାନରେ ବୁଲନ୍ତି । ତାଙ୍କ ଶରୀରରେ ମଇଳା ଲାଗି ରହିଥାଏ । ଆଉ ଏମାନେ କ୍ଷୀରରେ ପଡିଗଲେ କ୍ଷୀର ମଧ୍ୟ ଅପରିଷ୍କାର ହୋଇଯାଏ । କ୍ଷୀର ଅପରିଷ୍କାର ଯୋଗୁଁ ପେଟ ଯନ୍ତ୍ରଣା କିମ୍ବା ଝାଡ଼ା ହୋଇପାରେ । 

କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନଥାଏ । ଝିଟିପିଟି ପଡିବାରୁ କ୍ଷୀର ବିଷାକ୍ତ ହୋଇଯିବା ସମ୍ପୂର୍ଣ୍ଣ ଭୁଲ ଧାରଣା । ଏମିତିକି ଏପରି ଭାବନା ମନରେ ରହିଥିବାରୁ ଅନେକ ଲୋକଙ୍କର ମୁଣ୍ଡ ବୁଲେଇ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.