ପୁରୀ ୫।୫: ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ଅଭାବନୀୟ ଘଟଣା । କଂଗ୍ରେସ କର୍ମୀ କଂଗ୍ରେସ କାର୍ଯ୍ୟାଳୟରେ ପଶି କଲେ ବ୍ୟାପକ ଭଙ୍ଗାରୁଜା । ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ରଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକେଟ ଦିଆଯିବା ପରେ ସୁଜିତଙ୍କ ସମର୍ଥକ ଉତ୍ତେଜିତ ହୋଇ ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସମର୍ଥକ ମାନେ ଅଭିଯୋଗ କରିଛନ୍ତି କଂଗ୍ରେସର କିଛି ଶୀର୍ଷ ନେତା ଚଞ୍ଚକତା କରି ଯୁବନେତା ସୁଜିତ ମହାପାତ୍ରଙ୍କ ଟିକେଟ କାଟି ଦେଇଛନ୍ତି । ଏହାଦ୍ବାରା ଯୁବ କଂଗ୍ରେସ କର୍ମୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।
ସୁଜିତ ମହାପାତ୍ର ପ୍ରାର୍ଥୀ ହେବା ପରେ ପୁରୀରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଥିଲା । ଆଗାମୀ ନିର୍ବାଚନରେ ଜୋରଦାର ଲଢେଇ ପାଇଁ ସବୁ ନେତା ଓ କର୍ମୀ ପ୍ରସ୍ତୁତ ରହିଥିଲେ । ତେବେ କଂଗ୍ରେସର କିଛି ସ୍ବାର୍ଥବାଦୀ ନେତା ସୁଜିତଙ୍କ ଟିକେଟ କାଟି ଜନସମର୍ଥନ ନଥିବା ଏବଂ କଂଗ୍ରେସ କର୍ମକର୍ତ୍ତାଙ୍କ କୌଣସି ସମ୍ପର୍କ ନଥିବା ଉମାବଲ୍ଲଭ ରଥଙ୍କୁ ଟିକେଟ ଦେଇଛନ୍ତି । ଏହାଦ୍ବାରା ପୁରୀରେ କଂଗ୍ରେସ ଦଳର ବ୍ୟାପକ କ୍ଷତି ହେବା ସହ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ କରିବ ବୋଲି ସୁଜିତଙ୍କ ସମର୍ଥକ କହିଛନ୍ତି। ତେବେ ଏହି ଘଟଣାକୁ ପ୍ରତିବାଦ କରି କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେପଟେ ଶନିବାର ସୁଜିତ ମହାପାତ୍ର ପୁରୀ ବିଧାନସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ୨୪ ଘଣ୍ଟା ନପୁରୁଣୁ ତାଙ୍କ ଟିକେଟ କଟାଯାଇ ଉମାବଲ୍ଲଭ ରଥଙ୍କୁ ଟିକେଟ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ସୁଜିତଙ୍କ ସମର୍ଥକ କହିଛନ୍ତି ।
You Can Read :
ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ ଛୁଇଁଲା ପାରଦ, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ