ମୋଦୀଙ୍କ ଗସ୍ତ ବ୍ୟାପକ ପ୍ରଭାବ ପକାଇବ, ଓଡିଶାରେ ବିଜେପି ସରକାର ଗଠନ କରିବ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 18, 2024 IST

ପୁରୀ ୧୮।୫: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା । ଶନିବାର ପୂର୍ବାହ୍ନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଏଥିସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଭାବବିହ୍ବଳ ହୋଇଥିବା ଗଣମାଧ୍ୟମକୁ କହିଛନ୍ତି । 

ଓଡିଶା ଏବଂ ରାଜସ୍ଥାନବାସୀଙ୍କ ସହ ଦେଶର ମଙ୍ଗଳ ଓ ସମୃଦ୍ଧି ନେଇ ସେ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର ଗଠନ କରିବା ସହ ଓଡ଼ିଶାରେ ମଧ୍ୟ ବିଜେପି ଦଳ ସରକାର ଗଠନ କରିବ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । 

ସେହିପରି ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ବଡ଼ଦାଣ୍ଡରେ ରୋଡ୍ ଶୋ’ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ଦେଖିବା ପାଇଁ ସବୁ ବର୍ଗର ଲୋକେ ଉତ୍ସାହିତ ଥିବା ସେ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଓଡିଶା ଉପରେ ବ୍ୟାପକ ପ୍ରଭାବ ପକାଇବା ସହ ବିଜେପି ଓଡିଶାରେ ସରକାର ଗଠନ କରିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ମତ ରଖିଛନ୍ତି । 

You Can Read :

ବାଇକ୍‌ରୁ ଜବତ ହେଲା ୪ ଲକ୍ଷ ଟଙ୍କା, ଜଣେ ଅଟକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.