ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ୱାଶିଂଟନ ପୋଷ୍ଟ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଲା ଆମେରିକା

Published By : Prameya-News7 Bureau | May 01, 2024 IST

NDTV

ୱାଶିଂଟନ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟାଷଡ଼ଯନ୍ତ୍ର ମାମାଲାରେ ୱାଶିଂଟନ ପୋଷ୍ଟର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇଛି ଆମେରିକା। ପନ୍ନୁ ହତ୍ୟାଘଟଣାର ତଦନ୍ତ ପାଇଁ ଆମେରିକା ସବୁବେଳେ ଭାରତ ସହ ମିଶି କାମ କରୁଛି ବୋଲି ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି। 

ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ପଛରେ ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ଅଫିସର ବିକ୍ରମ ଯାଦବଙ୍କ ହାତ ରହିଛି ବୋଲି ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟ ଖବର ପ୍ରକାଶ କରିଥିଲା। ଯାହାକୁ ଅମୂଳକ ଓ ଭିତ୍ତିହୀନ ବୋଲି କହିଥିଲା ଭାରତ। ଏନେଇ ଆମେରିକା ବୈଦେଶିକ ବିଭାଗକୁ ପ୍ରଶ୍ନ କରିବା ପରେ ପ୍ରତିକ୍ରିୟ ଆସିଛି।

ପଢ଼ନ୍ତୁ- ଦିଲ୍ଲୀର ୧୦୦ ସ୍କୁଲ୍‌କୁ ବୋମା ଫିଙ୍ଗି ଉଡ଼ାଇ ଦେବାକୁ ଧମକ: ଋଷୀୟ ଡୋମେନ୍‌ରୁ ଆସିଛି ଧମପୂର୍ଣ୍ଣ ମେଲ୍

ଦୈନିକ ସାମ୍ବାଦିକ ସମ୍ମିଳନୀରେ ବେଦାନ୍ତ ପଟେଲଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ସେ କହିଛନ୍ତି “ ଭାରତୀୟ ତଦନ୍ତକାରୀ କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ଆମେ ଭାରତ ସରକାରଙ୍କର ଉତ୍ତରଦାୟୀତ୍ୱ ଆଶା କରୁଛୁ। ଆମେ ତାଙ୍କ ସହ ନିୟମିତ କାମ ଜାରି ରଖିଛୁ। ଅତିରିକ୍ତ ଅପଡେଟ୍ ପାଇଁ ଆମେ ମଧ୍ୟ ତଦନ୍ତ କରୁଛୁ।” ଆମେ ଏନେଇ ଭାରତ ସରକାରଙ୍କ ସହ ଉପର ସ୍ତରରେ ମଧ୍ୟ ଆଲୋଚନା ଜାରି ରଖିଛୁ। ଯେହେତୁ ତଦନ୍ତ ଜାରି ରହିଛି ତେଣୁ ଏହି ମାମଲାକୁ ନେଇ ଅଧିକ କିଛି କହି ହେବ ନାହିଁ ବୋଲି ଶ୍ରୀ ପଟେଲ କହିଛନ୍ତି। 

ଏହା ପୂର୍ବରୁ ଭାରତୀୟ ବୈଦେଶକି ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈଶ୍ୱାଲ ୱାଶିଂଟନ ପୋଷ୍ଟର ଖବରକୁ ସମାଲୋଚନା କରିଥିଲେ। ଏହି ରିପୋର୍ଟ ବିଚାରାଧୀନ ଏକ ଗମ୍ଭୀର ମାମଲା ଉପରେ ନିରାଧାର ଓ ଅନୁଚିତ ଅଭିଯୋଗ ଲଗାଉଛି। ମାମଲାରେ ଆମେରିକା ଦେଇଥିବା ତଥ୍ୟ ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରାଯାଉଛି ବୋଲି ଜୟଶ୍ୱାଲ କହିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.