Facebookରେ ଫଟୋ ଅପଲୋଡ କରିବା ଇସ୍ଲାମରେ ଅପରାଧ, ପାକିସ୍ତାନୀ ଫତୱାକୁ ଦେଓବନ୍ଦ ମଦରସାର ସମର୍ଥନ

Published By : Prameya-News7 Bureau | April 20, 2024 IST

ଦେଓବନ୍ଦ ୨୦।୪: କରାଚୀ ମଦରସାରୁ ଜାରି ହୋଇଥିବା ଫତୱାରେ ଫେସବୁକ୍‌ରେ ଫଟୋ ଅପଲୋଡ କରିବା ଓ ତା ଉପରେ ‘ମାସା ଆଲ୍ଲହ’ ଲେଖିବା ଇସ୍ଲାମ ଧର୍ମରେ ଅପରାଧ। କରାଚୀ ମଦରସାର ଏହି ଫତୱାକୁ ଦେଓବନ୍ଦ ମଦରସାର ମୁଫ୍ତି ଅଶଦ କାସମୀ ମଧ୍ୟ ସମର୍ଥନ କରିଛନ୍ତି। ମୁଫ୍ତି କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ମୌଲାନା ଓ ମୁଫ୍ତିଙ୍କୁ ପଚାରନ୍ତି ଏହାର ଜବାବରେ ଏହି ଫତୱା ଜାରି ହୋଇଥାଏ। କେବେବି କୌଣସି ଅନୁଷ୍ଠାନ ନିଜ ଆଡୁ ଫତୱା ଜାରି କରି ନଥାନ୍ତି। କେହି ହୁଏତ ପଚାରି ଥାଇ ପାରନ୍ତି ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡକରିବା ଠିକ ନା ଭୁଲ । 

ତେବେ ସୋସିଆଲ ମିଡିଆ ନେଇ ଏପରି ଫତୱା ନୂଆ ନୁହେଁ। ୨୦୧୨ରେ ବରେଲି ଜିଲ୍ଲା ଦରଘା ଆଲ୍ଲା ହଜରତର ଏକ ମଦରାସ ପକ୍ଷରୁ ଏପରି ଫତୱା ଜାରି ହୋଇଥିଲା। ଏହି ଫତୱାରେ ଫେସବୁକ୍, ଟ୍ୱିଟର ଭଳି ସୋସିଆଲ ନେଟୱାର୍କିଂ ସାଇଟରେ ଫଟୋ ଅପଲୋଡକୁ ଇସ୍ଲାମ ଧର୍ମ ବିରୋଧରେ ବୋଲି କୁହାଯାଇଥିଲା। ଇଜହାର ନାମକ ଜନୈକ ବ୍ୟକ୍ତି ସେ ସମୟରେ ମଦରସା ମଞ୍ଜର-ଏ-ଇସ୍ଲାମର ଫତୱା ବିଭାଗଙ୍କୁ ନେଇ ପ୍ରଶ୍ନ କରିଥିଲେ। ସେ ସମୟରେ ପ୍ରଶ୍ନର ଜବାବରେ ମୁପ୍ତି ସୟଦ ମହମ୍ମହଦ କଫିଲ କହିଥିଲେ ଯେ ଇସ୍ଲାମରେ ଫଟୋ ଉଠାଇବା ଅନ୍ୟାୟ ବୋଲି କୁହାଯାଇଛି। 

ଦାରୁଲ ଉଲମ ଜକରିଆ ତାଙ୍କ ଫତୱାରେ କହିଥିଲେ ଯେ ଇସ୍ଲାମକୁ ମାନୁଥିବା ଲୋକଙ୍କୁ କେବଳ ଆଲ୍ଲାହଙ୍କୁ ପୂଜା କରିବାର ଅନୁମତି ଦିଆଯାଇଥାଏ। ଏଥିରେ କୌଣସି ଫଟୋ ନେଇ ସୋସିଆଲ ମିଡିଆରେ ଅପଲୋଡ କରିବା ସମ୍ପୂର୍ଣ୍ଣ ରୂପେ ଭୁଲ ଓ ଇସ୍ଲାମ ଏହାକୁ ଖାରଜ କରେ। ଇସ୍ଲାମ ଧର୍ମରେ ଆଲ୍ଲାହଙ୍କ ବ୍ୟତୀତ କୌଣସି ଅନ୍ୟ ଧର୍ମର ପୂଜା କରିବାକୁ ବି ଅନୁମତି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.