DDLJ ଠାରୁ ଅଧିକ ରୋମାଣ୍ଟିକ ସାଉଥ୍‌ର ଏହି ଫିଲ୍ମ, ଜାଣନ୍ତୁ ଏଗୁଡିକ କ’ଣ କ’ଣ

Published By : Prameya-News7 Bureau | April 24, 2024 IST

ମୁମ୍ଵାଇ ୨୪।୦୪: ରୋମାଣ୍ଟିକ୍‌ ଫିଲ୍ମ ସମ୍ପର୍କିତ ଆଲୋଚନାବେଳେ ଆମେ ଶାହରୁଖ ଖାନ, କାଜଲ୍‌ ଅଭିନୀତ ‘ଦିଲୱାଲେ ଦୁଲହନିଆ ଲେଯାଏଙ୍ଗେ’ (ଡିଡିଏଲ୍‌ଜେ) ନାଁ ନିଶ୍ଚିତ ନେଇଥାଉ । ହେଲେ ଆମ ଭିତରୁ ଅନେକେ ହୁଏତ ଜାଣିନଥିବେ ଯେ, ଏଭଳି ଚାରିଟି ଦକ୍ଷିଣ ଭାରତୀୟ ଫିଲ୍ମ ରହିଛି, ଯେଉଁଗୁଡ଼ିକ ‘ଡିଡିଏଲ୍‌ଜେ’ଠାରୁ ବି ଅଧିକ ରୋମାଣ୍ଟିକ ଓ ଏସବୁ ଫିଲ୍ମ ସାମ୍ନାରେ ‘ଡିଡିଏଲ୍‌ଜେ’ ମଧ୍ୟ ଫିକା ପଡ଼ିଯାଏ । ଏଗୁଡ଼ିକ ମଧ୍ୟରେ ଅଛି...

ସୀତା ରାମମ୍‌ 

ଏ ଫିଲ୍ମରେ ଦୁଲକର ସଲ୍‌ମାନଙ୍କ ସହିତ ମୃଣାଳ ଠାକୁର ଦେଖିବାକୁ ମିଳିଥିଲେ । ରଶ୍ମିକା ମନ୍ଦାନା ମଧ୍ୟ ଏ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ଫିଲ୍ମର ନାଁ ଯଦିଓ ଥ୍ରୀଲର୍‌ ଭଳି ଶୁଭୁଛି କିନ୍ତୁ ଏଥିରେ ଭରପୂର ପ୍ରେମ ରହିଛି ।

ଡିୟର କମ୍ରେଡ 

ଏ ଫିଲ୍ମର ନାଁ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ । ନାଁ ଶୁଣିବା ମାତ୍ରେ ଆପଣ ଭାବିବେ ଯେ ଏହା ଏକ ରୋମାଣ୍ଟିକ୍‌ ଫିଲ୍ମ ନା କମ୍ରେଡଙ୍କ ଜୀବନର କୌଣସି ଘଟଣାକୁ ନେଇ ତିଆରି ହୋଇଛି? କିନ୍ତୁ ଫିଲ୍ମଟିକୁ ଏତେ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି ଯେ ଦେଖିଲେ କେତେବେଳେ ଆପଣଙ୍କ ମୁହଁରେ ହସ ଫୁଟିବ ତ ଆଉ କେତେବେଳେ ଆପଣଙ୍କ ଆଖିରେ ଲୁହ ଭରିଯିବ । କେବେ କେବେ ଆପଣ ରାଗରେ ଲାଲ୍‌ ବି ପଡ଼ିଯିବେ । ଶେଷରେ ଆପଣ ପ୍ରେମରେ ପଡ଼ିବାକୁ ବାଧ୍ୟ ହେବେ ।

ଆର୍‌ ଏକ୍ସ ୧୦୦ 

ଏ ଫିଲ୍ମରେ କାର୍ତ୍ତିକେୟ ଗୁମ୍ମାକୋଣ୍ଡା ଏଭଳି ଜଣେ ଲଭରବୟ ପାଲଟିଛନ୍ତି, ଯିଏ ସବୁବେଳେ ଅନୁଭବ କରେ ଯେ ଜଣେ ଯୁବତୀ ତାଙ୍କୁ ପାଇବାକୁ ଖୁବ୍‌ ଇଚ୍ଛା କରୁଛି । କିନ୍ତୁ ଫିଲ୍ମ ଶେଷ ହେଉ ହେଉ ସେ ଅନୁଭବ କରେ ସେହି ଯୁବତୀ କେବେ ବି ତାଙ୍କୁ ପ୍ରେମ କରି ନାହିଁ ।

ପ୍ରେମମ୍‌ 

ନିତିନ ପଲି ଓ ସାଇ ପଲ୍ଲବୀ ଷ୍ଟାରର୍‌ ଏହା ଏକ ଖୁବ୍‌ ସୁନ୍ଦର ପ୍ରେମ କାହାଣୀ ଆଧାରିତ ଚଳଚ୍ଚିତ୍ର । ଏଥିରେ କେତେବେଳେ ମିଳନ ତ କେତେବେଳେ ବିଚ୍ଛେଦ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.