ରାଜସ୍ଥାନକୁ ୨୦୨ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ: ପଡ଼ିଆରେ ଗର୍ଜିଲା ନୀତୀଶ ରେଡ୍ଡୀଙ୍କ ବ୍ୟାଟ୍‌

Published By : Prameya-News7 Bureau | May 02, 2024 IST

IPL X

ହାଇଦ୍ରାବାଦ: ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସନ୍‌ରାଇଜର ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢ଼େଇ ହୋଇଛି। ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ୨୦୧ ରନ୍ କରିଛି। ଦଳର ବିସ୍ଫୋରକ ବ୍ୟାଟର ଟ୍ରାଭିସ୍ ହେଡ୍‌ଙ୍କ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ନୀତୀଶ ରେଡ୍ଡୀଙ୍କ ସର୍ବାଧିକ ୭୬ ରନ କରିଛନ୍ତି। ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଆଭେଷ ଖାନ ୪ ଓଭରରେ ୩୯ ରନ୍‌ ଦେଇ ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି। ମ୍ୟାଚ୍ ଜିତିବାକୁ ହେଲେ ରାଜସ୍ଥାନକୁ ୨୦୨ ରନ୍ ଟାର୍ଗେଟ୍ ପୂରା କରିବାକୁ ହେବ। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ଆଜି ବିସ୍ଫୋରକ ରୂପ ଦେଖାଇବା ବଦଳରେ ସାମାନ୍ୟ ଦୁର୍ବଳ ପ୍ରଦର୍ଶନ କରିଥିଲା। ୪.୧ ଓଭରରେ ଦଳ ମାତ୍ର ୨୫ ରନ୍ କରି ଅଭିଷେକ ଶର୍ମା(୧୦ ବଲ୍ ୧୨ ରନ୍)ଙ୍କ ୱିକେଟ୍ ହରାଇଥିଲା। ଏହାପରେ ପରବର୍ତ୍ତି ଓଭରରେ ଅନମୋଲ ପ୍ରୀତ ସିଂହ(୫ ବଲ୍ ୫ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ନୀତୀଶ ରାଣା ଓ ଟ୍ରାଭିସ୍ ହେଡ୍ ଦୁହେଁ ମିଶି ଟିମ୍ ସମ୍ଭାଳିଥିଲେ। ୧୪.୪ ଓଭର ଖେଳ ବେଳେ ଓପନିଂ ବ୍ୟାଟିଂ ଆସିଥିବା ଟ୍ରାଭିସ୍ ହେଡ୍ ୪୪ ବଲ୍‌ରେ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ।

ପରିବର୍ତି ୱିକେଟ୍ ପାଇଁ ନୀତୀଶ ରାଣାଙ୍କୁ ସହଯୋଗ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ହେନ୍‌ରିକ କ୍ଲାସେନ୍। ଦୁହେଁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ସ୍କୋର୍‌କୁ ୨୦୧ ରନ୍ ପର୍ଯ୍ୟନ୍ତ ନେଇଥିଲେ। ନୀତୀଶ ରାଣା ୪୨ ବଲ୍‌ରେ ସର୍ବାଧିକ ୭୬ ରନ୍ ସଂଗ୍ରହ କରିଥିବା ବେଳେ କ୍ଲାସେନ୍ ୧୯ ବଲ୍‌ରେ ଧୂଆଁଦାର ୪୨ ରନ୍ କରିଛନ୍ତି। ଫଳରେ ଦଳ ୩ ୱିକେଟ୍ ହରାଇ ୨୦୧ ରନ୍ ହିଁ କରିପାରିଛି।

ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଅଭେଷ ଖାନ କେବଳ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ସେ ତାଙ୍କର ୪ ଓଭର ବୋଲିଂ କରି ଦୁଇଟି ୱିକେଟ୍ ନେଇଥିବା ବେଳେ ୩୯ ରନ୍ ଦେଇଥିଲେ। ସେହିପରି ସନ୍ଦୀପ ଶର୍ମା ୪ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିବା ବେଳେ ୩୧ ରନ୍ ଦେଇଥିଲେ। ତେବେ ଆଜି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ୟୁଜବେନ୍ଦ୍ର ଚହଲ। ସେ ୱିକେଟ୍ ତ ନେଇପାରି ନଥିଲେ ହେଲେ ୪ ଓଭର ବୋଲିଂ କରି ସର୍ବାଧିକ ୬୨ ରନ୍ ଦେଇଥିଲେ। ଯାହା ରାଜସ୍ଥାନକୁ ମହଙ୍ଗା ପଡ଼ିପାରେ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.