ମୁମ୍ୱାଇ ଛାଡି କୁ୍ଆଡେ ଯିବେନି ରୋହିତ, ଭାଇରାଲ ହେଲା ନୀତା ଅମ୍ବାନୀଙ୍କ ସହ କଥାବାର୍ତ୍ତା ଭିଡିଓ..

Published By : Prameya-News7 Bureau | May 18, 2024 IST

ମୁମ୍ୱାଇ ୧୮/୦୫: ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । ଏହା ଥିଲା ଆଇପିଏଲ୍ ୨୦୨୪ରେ ମୁମ୍ବାଇର ଶେଷ ମ୍ୟାଚ୍ । ମ୍ୟାତ୍ ହାରିବା ପରେ ପଏଣ୍ଟ ଟେବୁଲରେ ସବୁଠୁ ତଳେ ରହିଲା ମୁମ୍ୱାଇ । ଏହି ସିଜନ ପାଇଁ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା । 

ରୋହିତ ଶର୍ମା ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଅନେକ ପରିବର୍ତ୍ତନ ହୋଇଥିଲା । ଲକ୍ଷ୍ନୌ ଏବଂ ମୁମ୍ବାଇ ମଧ୍ୟରେ ମ୍ୟାଚ୍ ଶେଷ ପରେ ରୋହିତ ମାଲିକାଣୀ ନୀତା ଅମ୍ବାନୀଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକି ଅନେକ କିଛି ବୟାନ କରୁଛି । X ରେ ଭାଇରାଲ ହେଉଛି ଏହି ଭିଡିଓ । 

ଏଥିରେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ନୀତା ଅମ୍ବାନୀ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଏହି ଦୁଇଜଣଙ୍କ ମଧ୍ୟରେ କ’ଣ କଥା ତାହା ଜଣାପଡିନି । କିନ୍ତୁ କିଛି ପ୍ରଶଂସକ ଏହି ପୋଷ୍ଟକୁ X ରେ ସେୟାର କରିଛନ୍ତି । ଏଥିରେ କୁହାଯାଇଛି ଯେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ ନାହିଁ । ତେବେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଜଣାପଡିନି । ନିକଟରେ ରୋହିତଙ୍କ ଭିଡିଓ ଭାଇରାଲ ହୋଇଥିଲା । 


ଏଥିରେ ସେ ଦଳରେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ କହୁଥିଲେ । ଏହି ଭିଡିଓକୁ ନେଇ ଅନେକ ଗଣ୍ଡଗୋଳ ହୋଇଥିଲା । ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ସମ୍ପର୍କ ଭଲ ନୁହେଁ ବୋଲି ଦାବି କରାଯାଇଥିଲା । ସାଥୀ ଖେଳାଳିମାନେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଶୈଳୀକୁ ପସନ୍ଦ କରିନଥିଲେ । 

ପାଣ୍ଡ୍ୟା ଗତ ସିଜନରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଥିଲେ । ତାଙ୍କ ଅଧିନାୟକତ୍ୱରେ ଦଳ ଦୃଢ ପ୍ରଦର୍ଶନ କରିଥିଲା । କିନ୍ତୁ ମୁମ୍ବାଇକୁ ଆସିବା ପରେ କିଛି ବିଶେଷ କରିପାରିନଥିଲେ । ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଆଇପିଏଲ୍ ୨୦୨୪ର ୧୪ଟି ମ୍ୟାଚ୍ ଖେଳିଥିଲା । 

ଏହି ଅବଧି ମଧ୍ୟରେ କେବଳ ୪ ଟି ମ୍ୟାଚ୍ ଜିତିଥିଲେ । ୧୦ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲେ । ପଏଣ୍ଟ ଟେବୁଲରେ ମୁମ୍ବାଇ ନିମ୍ନ ସ୍ଥାନରେ ରହିଛି । ତେବେ ଏହି ଭିଡିଓ ଭାଇରାଲ୍ ପରେ ଅନେକ ଚର୍ଚ୍ଚା ସାମ୍ନାକୁ ଆସିଛି । କୁହାଯାଉଛି କି, ରୋହିତ ମୁମ୍ୱାଇ ଛାଡି କୁଆଡେ ଯିବେନି । ପୁଣି ଥରେ ରୋହିତଙ୍କୁ ଟିମ୍‌ କ୍ୟାପଟେନ୍ ହିସାବରେ ସୁଯୋଗ ଦେବ  . 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.