ବରୁଣ ଧାୱନଙ୍କ ପାଇଁ ଦିୱାନୀ ଥିଲେ ଶ୍ରଦ୍ଧା କପୁର, ପାହାଡ ଉପରେ ଅଭିନେତାଙ୍କୁ କରିଥିଲେ ପ୍ରପୋଜ

Published By : Prameya-News7 Bureau | April 24, 2024 IST

ମୁମ୍ଵାଇ ୨୪।୦୪: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ବରୁଣ ଧାୱନ । ତାଙ୍କର ଫ୍ୟାଶନ ସେନନ୍ସ ଏବଂ ସୁନ୍ଦର ଲୁକ୍‌ ପାଇଁ ବେଶ ଜଣାଶୁଣା। ଏହି ଅଭିନେତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଆଜି ଅଭିନେତା ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି।  ତାଙ୍କର ଏହି ବିଷେଶ ଦିନରେ ତାଙ୍କ ସହିତ ଜଡିତ କିଛି ଅକୁହା କଥା କହିବାକୁ ଯାଉଛୁ…

ଜଣେ ବଲିଉଡ ହିରୋଇନ୍ ଅଭିନେତାଙ୍କୁ ବହୁତ ପସନ୍ଦ କରିଥିଲେ ଏବଂ ସେ ଅଭିନେତାଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ, କିନ୍ତୁ ଅଭିନେତା ତାଙ୍କ ପ୍ରସ୍ତାବକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଶ୍ରଦ୍ଧା କପୁର। ବଲିଉଡର  ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜେ ଏହି କାହାଣୀ ସେୟାର କରିଛନ୍ତି। ତାହା ପୁଣି ଟିଭି ରିଆଲିଟି ସୋ’ ମାଧ୍ୟମରେ । ଯେତେବେଳେ ଦୁହେଁ ଏକାଠି ହୋଇ ନିଜ ଫିଲ୍ମର ପ୍ରମୋସନ୍ ପାଇଁ ଆସିଥିଲେ।

ଶ୍ରଦ୍ଧା କପୁର ତାଙ୍କ ସୌନ୍ଦର୍ଯ୍ୟ ତଥା ଅଭିନୟ ପାଇଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏବେ ଆମେ ଆପଣଙ୍କୁ କହିବୁ ଯେତେବେଳେ ପ୍ରେମ ଏବଂ ଅସ୍ୱୀକାରର ଏହି ଖେଳ ଶ୍ରଦ୍ଧା କପୁର ଏବଂ ବରୁଣ ଧାୱନଙ୍କ ମଧ୍ୟରେ ଘଟିଥିଲା । ଏହି କାହାଣୀ ଉଭୟଙ୍କ ପିଲାଦିନର। ଦୁହେଁ ଏକାଠି ପାଠ ପଢୁଥିଲେ ଏବଂ ବେଳେବେଳେ ଫିଲ୍ମର ସୁଟିଂ ପାଇଁ ସେମାନଙ୍କ ପିତାମାତାଙ୍କ ସହିତ ଯାଉଥିଲେ । ସେତେବେଳେ ଶ୍ରଦ୍ଧା ବରୁଣଙ୍କୁ ପସନ୍ଦ କରିବାରେ ଲାଗିଥିଲେ ଏବଂ ସେ ତାଙ୍କୁ ଏହା ଜଣାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜର ପ୍ରପୋଜାଲ ନେଇ ବରୁଣଙ୍କୁ ଏକ ପାହାଡ ଉପରକୁ ନେଇକି ଯାଇଥିଲେ। କିନ୍ତୁ ବିବ୍ରତ ହୋଇ ଆଇ ଲଭ ୟୁ କୁ ଓଲଟା କହିଦେଇଥିଲି। କିନ୍ତୁ ବରୁଣ ତାଙ୍କୁ ତୁରନ୍ତ ନା କହିଥିଲେ। 

ବରୁଣ ଭାବିଥିଲେ ଶ୍ରଦ୍ଧା ମଜା କରୁଛନ୍ତି

ଯେତେବେଳେ ଶ୍ରଦ୍ଧା ସମସ୍ତଙ୍କ ସାମ୍ନାରେ ଏହା କହିଥିଲେ, ସେତେବେଳେ ବରୁଣ ଭାବୁଥିଲେ ଶ୍ରଦ୍ଧା ତାଙ୍କ ସହ ପ୍ରାଙ୍କ କରୁଛନ୍ତି। ସେଥିପାଇଁ ସେ ମନା କରିଦେଇଥିଲେ। ଏହା ବ୍ୟତୀତ ବରୁଣ କହିଥିଲେ ଯେ ସେ ମଧ୍ୟ ସେହି ସମୟରେ ଶ୍ରଦ୍ଧାଙ୍କ ଉପରେ କ୍ରଶ ଥିଲେ। ଶ୍ରଦ୍ଧା କପୁର, ବରୁଣ ଧାୱନ ଏବଂ ଟାଇଗର ଶ୍ରଫ ସହପାଠୀ ଅଟନ୍ତି। ଟାଇଗର ଶ୍ରଫ ମଧ୍ୟ ଶ୍ରଦ୍ଧାଙ୍କୁ ବହୁତ ପସନ୍ଦ କରିଥିଲେ। ହଁ, ସେହି ତିନିଜଣ ସେତେବେଳେ ବହୁତ ଛୋଟ ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.