ମାହାଙ୍ଗା ୦୪।୦୫ : ସ୍ୱାଧୀନ ଲଢିବେ ସାରଦା ପ୍ରଧାନ । ମାହାଙ୍ଗାର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ମାହାଙ୍ଗା ବିଧାନସଭା ଆସନରୁ ଲଢ଼ିବେ ବୋଲି ଏକ ବିଶାଳ ଜନ ସମାବେଶ କରି ଘୋଷଣା କରିଛନ୍ତି ।
ମାହାଙ୍ଗାରେ ବିଜେପି ସୁମନ୍ତ କୁମାର ଘଡେଇକୁ ବିଧାୟକ ଟିକେଟ ଦେବା ପରେ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ ସାରଦା । ଟିକେଟ କଟିବା ପରେ ସାରଦା ବିଭିନ୍ନ ପଞ୍ଚାୟତରେ ବାରମ୍ବାର ସମର୍ଥନ ସଭା କରୁଥିଲେ । ତେବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାରଦା କହିଲେ କି, ମାହାଙ୍ଗାର ଜନ ସାଧାରଣଙ୍କ ସମର୍ଥନରେ ମୁଁ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବି। ଜନ ସାଧାରଣ ଚାହୁଁଛନ୍ତି ମୁଁ ମାହାଙ୍ଗାରୁ ନିର୍ବାଚନ ଲଢେ । ତେଣୁ ମୁଁ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବି । ଏହାପରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ମୁଁ ମଧ୍ୟ ସ୍ବାଗତ କରିବି ।
ସାରଦା ୨୦୧୪ରୁ ସ୍ଵାଧୀନ ଭାବରେ ମାହାଙ୍ଗାରୁ ଲଢ଼ୁଥିଲେ ।୨୦୧୯ରେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ମାହାଙ୍ଗାରୁ ଟିକେଟ ନଦେବାରୁ ସାରଦା ସ୍ଵାଧୀନ ଭାବରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।