ହସ୍ପିଟାଲରେ ଭର୍ତ୍ତି ହେଲେ ଶାହରୁଖ ଖାନ, ଜାଣନ୍ତୁ ହୋଇଛି କ'ଣ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ବଲିଉଡ୍ ସୁରପଷ୍ଟାର ଶାହରୁଖ ଖାନ ହସ୍ପିଟାଲରେ ଭର୍ତ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତାଙ୍କୁ ଅହମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରେ ଶାହରୁଖ ଖାନଙ୍କ ହାର୍ଟ ସହ ଜଡ଼ିତ ସମସ୍ୟା ପାଇଁ ଯୋଗୁଁ ଆଡମିଟ୍ କରାଯାଇଥିବା ଚର୍ଚ୍ଚ ହୋଇଥିଲା, କିନ୍ତୁ ପରେ ଜଣା ପଡ଼ିଥିଲା ଯେ ମାମଲା କିଛି ଅଲଗା ରହିଛି ।

ଶାହରୁଖ ଖାନ ନିଜ ଟିମ୍ କେକେଆରକୁ ସପୋର୍ଟ କରିବା ପାଇଁ ଲଗାତାର ଗ୍ରାଉଣ୍ଡରେ ଉପସ୍ଥିତ ରହୁଛନ୍ତି । ରିପୋର୍ଟ ଅନୁସାରେ ଅତ୍ୟଧିକ ଗରମ ଯୋଗୁଁ ତାଙ୍କୁ ଡ୍ରିହାଇଡ୍ରେସନ (ଶରୀରରେ ପାଣିର ଅଭାବ) ହୋଇଥିଲା । ଯେଉଁଥି ପାଇଁ ତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ହୋଇଥିଲା । ଶାହରୁଖ ଖାନଙ୍କ ଟିମ ପକ୍ଷରୁ ଏହା ଉପରେ ଏବେ ସୁଦ୍ଧା କୌଣସି ଅଫିସିୟାଲ ଅପଡେଟ୍ ଦିଆଯାଇ ନାହିଁ ।

ପଢନ୍ତୁ: ଲାଇଭ୍ ଶୋ’ ବେଳେ କ୍ୟାମେରା ସାମ୍ନାକୁ ଭୁଲ୍‌ରେ ପଶି ଆସିବାରୁ କ୍ଷମା ମାଗିଲେ ଶାହରୁଖ ଖାନ୍: ଭିିଡିଓ ଭାଇରାଲ୍

ଶାହରୁଖ ଖାନଙ୍କ ସ୍ୱାସ୍ଥ୍ୟ ମେ ୨୨ ସକାଳେ ବିଗିଡ଼ିଥିଲା, ଯାହା ପରେ ଅପରାହ୍ଣ ପ୍ରାୟ ୧ଟାରେ ତାଙ୍କୁ କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଖବର ଅନୁସାରେ କିଙ୍ଗ ଖାନକୁ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.