କଥା ଦେଇ କଥା ରଖିଲେନି ହିଟ୍‌ମ୍ୟାନ୍, ଏହି ଷ୍ଟାର ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ...

Published By : Prameya-News7 Bureau | May 02, 2024 IST

ମୁମ୍ୱାଇ ୦୨/୦୫: ଜୁନ୍ ପହିଲାରୁ ଟି-୨୦ ବିଶ୍ୱକପ୍ ୨୦୨୪ । ଏଥିପାଇଁ ଘୋଷଣା ସରିଛି ୧୫ ଜଣିଆ ସ୍କ୍ୱାର୍ଡ । ରୋହିତ ଶର୍ମା ଅଧିନାୟକ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଅଚନ୍ତି ଉପ-ଅଧିନାୟକ । ସେହିଭଳି ଟିମ୍‌ରେ ସ୍ଥାନ ପାଇଛନ୍ତି ଦୁଇ ଦୁିଇଟି ଓ୍ୱିକେଟ କିପର । 

ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ଉପରେ ବସା କରିଛି ଦଳ । ତେବେ ନିରାଶ ହୋଇଛନ୍ତି ଇଶାନ କିସନ, ଧ୍ରୁବ ଜୁରେଲସ ଜିତେଶ ଶର୍ମା, କେ ଏଲ ରାହୁଲଙ୍କୁ ସମେତ ଅନେକ କିପର୍ସ । ସେହିଭଳି ଦିନେଶ କାର୍ତ୍ତିକଙ୍କୁ ଲାଗିଛି ଶକ୍ତ ଧକ୍କା । କାରଣ ସିଲେକ୍ସନ କମିଟିରୁ ବାଦ୍ ପଡିଛି ତାଙ୍କ ନା । 
ପୂର୍ବରୁ କାର୍ତ୍ତିକଙ୍କ ନା ଟିମ୍‌ରେ ଅନେକ ବାର ଶୁଣିବାକୁ ମିଳିଥିଲା । ଏମିତିକି କ୍ୟାପଟେନ୍ ରୋହିତ ଶର୍ମା ବି ଠକିଦେଇଥିବା ଚର୍ଚ୍ଚା ହେଉଛି । କାରଣ ଆଇପିଏଲ୍‌ରେ ଏବେ ଜବରଦସ୍ତ ଫର୍ମରେ ଅଚନ୍ତି ଦିନେଶ କାର୍ତ୍ତିକ । ତାଙ୍କ ଫର୍ମ ଦେଖି ଅଧିନାୟକ ରୋହିତ ଶର୍ମା ବି ପ୍ରଶଂସା କରିଥିଲେ । ଯେଉଁଥିରେ  ସେ କହିଥିଲେ କି ଆଗକୁ ବିଶ୍ୱକପ୍ ଅଛି ଖେଳିଚାଲ ଡି.କେ । 

ଯାହାର ଭିଡିଓ ବି ଭାଇରାଲ ହୋଇଛି । ଯଦିଓ ଏହା ମ୍ୟାଚ୍‌ ବେଳେ ମଜାକ୍‌ରେ କହିଥିଲେ ରୋହିତ । କାରଣ ଡିକେଙ୍କ ଖେଳ ଦେଖି ରୋହିତ ତାରିଫ କରିବା ସହ ମନୋବଳ ବଢାଇବାକୁ ଏମିତି କରିଥିଲେ । କିନ୍ତୁ ଶୁଣିବାକୁ ମିଳିଥିଲା କି ରୋହିତଙ୍କ ଏପରି କହିବା ପଛରେ କାରଣ ଅଛି । 



ଫ୍ୟାନ୍ସ ବି ଅନାଇ ରହିଥିଲେ ରୋହିତ ଶର୍ମା ବୋଧହୁଏ ଡିକେଙ୍କୁ ଚାନ୍ସ ଦେଇପାରନ୍ତି । ଏହା ଶୁଣିବା ପରେ ଡିକେ ବି ମନେ ମନେ ଟି-୨୦ ବିଶ୍ୱକପ୍‌ରେ ଖେଳିବାର ସ୍ୱପ୍ନ ଦେଖିଥିଲେ । ହେଲେ ଏବେ ସ୍ୱପ୍ନ ଭାଙ୍ଗିଯାଇଛି । କାରଣ ୧୫ ଜଣିଆ ଟିମ୍‌ରେ ନାହିଁ ତାଙ୍କ ନା । 

କହିବାକୁ ଗଲେ ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ ଖେଳି ୨୬୨ ରନ୍ କରିଚନ୍ତି ଦିନେଶ କାର୍ତ୍ତିକ । ମ୍ୟାଚ୍ ଶେଷରେ ଆସି ଧୁଆଁଧାର ଇଂନିସ ଖେଳୁଛନ୍ତି ଦିନେଶ । ୩୮ ବର୍ଷରେ ବି କମାଲ କରୁଚନ୍ତି ଦିନେଶ । କେବଳ କ୍ରିକେଟ ଖେଳିବା ନୁହେଁ କମେଣ୍ଟ୍ରି ବି କରୁଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.