ଆଇପିଏଲ୍‌ରେ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍କୁ ନେଇ ହଙ୍ଗାମା, ତାତିଲେ ଫ୍ୟାନ୍ସ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫/୦୫:  ଆଇପିଏଲ୍‌ରେ ଗର୍ଜୁଛି ବିରାଟଙ୍କ ବ୍ୟାଟ୍ । ପ୍ରତିପକ୍ଷ ବୋଲରଙ୍କ ବିଗିଡଯାଉଛି ଲାଇନଲେନ୍ଥ । ବଲ୍ ଛୁଇଁଲେ ଚଉକା, ଛକ୍କା । ପାଓ୍ୱାର ପ୍ଲେରେ ହେଉଛି ରନ୍ ବର୍ଷା । ଆରସିବିର ସେ ମାଇଲଖୁଣ୍ଟ । ଦଳର ବିଜୟରେ ରହଛି ବଡ ହାତ । ଅରେଞ୍ଜ କ୍ୟାପ୍ ରେସ୍‌ ଟପ୍‌ରେ ବିରାଟ । ତଥାପି ଷ୍ଟ୍ରାଇକ୍ ରେଟ୍ ନେଇ ଉଠିଛି ପ୍ରଶ୍ନ । ପୂର୍ବତନ କ୍ରିକେଟରଙ୍କ ଟାର୍ଗେଟରେ ଏବେ ସେ । ହେଲେ ତୀବ୍ର ସମାଲୋଚନା ପରେ ତାତିଛନ୍ତି କୋହଲି ଫ୍ୟାନ୍ସ । ଯୁକ୍ତି ବାଢିଚନ୍ତି କିଙ୍ଗ୍‌ଙ୍କ ପ୍ରତି ହେଉଛି ପକ୍ଷପାତିତା ।କହୁଛନ୍ତି ଯଦି ଭଲ ଫର୍ମରେ ନଥାଇ ରୋହିତ ଫେଭରିଟ୍ ତେବେ କୋହଲି କାହିଁକି ନୁହେଁ ? 

ଏଯାଏଁ କୋହଲି ଖେଳିଲେଣି ୧୩ ଟି ମ୍ୟାଚ୍ । ୧୫୫ ଷ୍ଟ୍ରାଇକ୍‌ ହାରରେ କରିଛନ୍ତି ୬୬୧  ରନ୍ । ଯେଉଁଥିରେ ରହିଛି ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ । ଦେଖିବାକୁ ଗଲେ ଆଇପିଏଲ୍‌ର ଷ୍ଟ୍ରାଇକ୍ ରେଟ୍ ଟି-୨୦ ତୁଳନାରେ ଢେର ଅଧିକ । ତଥାପି ସୁନୀଲ ଗାଭାସ୍କରଙ୍କ ସମାଲୋଚନାର ହୋଇଥିଲେ ଶିକାର । ଗୁଜୁରାଟ ବିପକ୍ଷରେ ହାପ୍ ସେଞ୍ଚୁରୀ କରିବା ପରେ ବି ଷ୍ଟ୍ରାଇକ୍ ରେଟ୍ ନେଇ ଉଠଇାଥିଲେ ପ୍ରଶ୍ନ । ତେବେ କଡା ଜବାବ ରଖିଥିଲେ କୋହଲି । କହିଥିଲେ ଖେଳାଳିଙ୍କ ସମର୍ଥନ ପାଇଁ ଖେଳୁଛୁ ଆମେ । ଆଗକୁ ବି ଜାରିରହିବ ମୋର ବେଷ୍ଟ ପରଫରମାନ୍ସ । 


ସେପଟେ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ଫ୍ୟାନ୍ସ । କହିଛନ୍ତି ରୋହିତ-ଯଶସ୍ୱୀଙ୍କ ଠାରୁ ବେଶ୍ ଭଲ ଖେଳୁଛନ୍ତି ବିରାଟ । ରୋହିତ-ଯଶସ୍ୱୀଙ୍କ ଅପେକ୍ଷା ତାଙ୍କ ଷ୍ଟ୍ରାଇକ୍ ରେଟ୍ ବହୁତ ଭଲ । ରୋହିତଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୫.୪୧ ଥିବାବେଳେ ଜୟସ୍ୱାଲଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୧୫୩.୫୭ । ଯାହାକି ଆଶ୍ଚର୍ଯ୍ୟଜନକ ନିଶ୍ଚୟ । ଅନେକ ମ୍ୟାଚ୍‌ରେ ଜିରୋରେ ଆଉଟ୍ ଖେଳାଳି ଯଦି ବେଷ୍ଟ ତେବେ କୋହଲି କାହିଁ ନୁହେଁ ବୋଲି ଜୋରଦାର ଚର୍ଚ୍ଚା । 

ଜୁନ୍ ପହିଲାରୁ ଖେଳାଯିବ ଟି-୨୦ ବିଶ୍ୱକପ୍ । ଫୋକସରେ ଯୁବ ଖେଳାଳିଙ୍କ ଫର୍ମ । ହେଲେ ସିଲେକ୍ସନ ପରେ ଆଇପିଏଲ୍‌ରେ ଫ୍ଲପ୍ ସେହି ତାରକା । କରିପାରୁନାହାଁନ୍ତି ସେତେଟା କମାଲ୍ । ଆଉ ଯେଉଁମାନେ ଖେଳୁଛନ୍ତି ସେମାନେ ବି ସମାଲୋଚନାର ଶିକାର । ଯାହା ଫ୍ୟାନ୍ସହ୍କୁ ହେଉନି ହଜମ୍ ।


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.