ବିବାହର ୬ ବର୍ଷ ପରେ ପ୍ରିନ୍ସ-ୟୁଭିକାଙ୍କ ଘରକୁ ଆସିବ କୁନି ଅତିଥି, କହିଲେ- ବହୁତ ଜଲଦି…

Published By : Prameya-News7 Bureau | April 23, 2024 IST

ମୁମ୍ଵାଇ ୨୩।୦୪: ଟେଲି ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର କପଲ ଭାବରେ ଜଣାଶୁଣା ପ୍ରିନ୍ସ ନାରୁଲା ଏବଂ ୟୁଭିକା ଚୌଧରୀ । କେବଳ ଏତିକି ନୁହେଁ, ଦୁହିଁଙ୍କୁ ଏକାଠି ତାଙ୍କୁ ଅନେକ ରିଅଲିଟି ସୋ’ରେ ମଧ୍ୟ ଦେଖିବାକୁ ମିଳିଛି। ଉଭୟ ବିଗ୍ ବସ୍ ୯ରେ ପରସ୍ପରକୁ ଭେଟିଥିଲେ ଏବଂ ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ।

 


ପ୍ରିନ୍ସ ନରୁଲା ପ୍ରଥମ ଦେଖାରେ ୟୁଭିକାଙ୍କ ପ୍ରେମରେ ପଡିଥିଲେ। ସେମାନଙ୍କ ପ୍ରେମ କାହାଣୀ ରିଆଲିଟି ସୋ ବାହାରେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଲା । ପରେ ଦୁହେଁ ୧୨ ଅକ୍ଟୋବର ୨୦୧୮ ରେ ବିବାହ କରିଥିଲେ। କହିବାକୁ ଗଲେ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀଙ୍କ ବିବାହକୁ ୬ବର୍ଷ ବିତିଗଲାଣି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ବେବି ପ୍ଲାନିଂ କରିନାହାଁନ୍ତି। ତେବେ ଖବର ଆସୁଛି ଯେ ଉଭୟ ଶୀଘ୍ର ଏକ ପ୍ଲାନିଂ କରିବାକୁ ଯାଉଛନ୍ତି। 

ଏକ ଶୋ’ରେ ଉଭୟଙ୍କୁ ମଧ୍ୟ ଏହି ବିଷୟରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଖୁବ୍‌ ଶୀଘ୍ର । ଏ ବିଷୟରେ ଆଲୋଚନା କରି ପ୍ରିନ୍ସ ନରୁଲା କହିଛନ୍ତି ଯେ ସେ ମୁମ୍ବାଇରେ ଘର ମିଳିବା ପରେ ନିଜର ପରବର୍ତ୍ତୀ ଜୀବନ ଆରମ୍ଭ କରିବେ। ତେବେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ କୌଣସି ଅଫିସିଆଲ୍ ନିଶ୍ଚିତକରଣ ଦିଆଯାଇ ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.