ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସର ଫ୍ଲାଗମାର୍ଚ୍ଚ, ସାଧାରଣ ଲୋକଙ୍କୁ ସଚେତନ

Published By : Prameya-News7 Bureau | May 01, 2024 IST

ଯାଜପୁର ରୋଡ୍ ୧।୫: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସର ଫ୍ଲାଗମାର୍ଚ୍ଚ । ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ମୁକୁନ୍ଦପୁର ପଞ୍ଚାୟତରେ କୋରେଇ ପୋଲିସ ପକ୍ଷରୁ ଏଭଳି ଫ୍ଲାଗମାର୍ଚ୍ଚ କରାଯାଇଛି । ସାଧାରଣ ନିର୍ବାଚନ ବା ଭୋଟ୍ ଗ୍ରହଣ ସମୟରେ କିଭଳି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ସେନେଇ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି । ଏଥିସହିତ ବେଆଇନ ଭାବେ ମଦ, ଗଞ୍ଜେଇ ବିକ୍ରି ଓ ମାରପିଟ୍ ତଥା ଅପରାଧିକ କାର୍ଯ୍ୟକଳାପରୁ ନିବୃତ ରହିବାକୁ ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି । କୋରେଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ ସିଆରପିଏଫ ଯବାନ ମାନେ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲେ ।

You Can Read :

ସକାଳୁ ସମ୍ଭାଳି ହେଉନି ତାତି, ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡା ଓ ଭୁବନେଶ୍ବରରେ ୪୧ ଟପିଲା ପାରଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.