ହାର୍ଦ୍ଦିକ ପାଣ୍ଡ୍ୟା ଯାହା କରିପାରିବେ, ତାଙ୍କର କୌଣସି ବିକଳ୍ପ ନାହାନ୍ତି: ଅଜିତ ଅଗରକର

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ: ଟି -20 ବିଶ୍ୱକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏଥିପାଇଁ ଗୁରୁବାର ଟିମ୍ ଇଣ୍ଡିଆର ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ ପାଇଁ ମନୋନୀତ ଭାରତୀୟ ଖେଳାଳିଙ୍କ ବିଷୟରେ ଉଭୟ ଆଲୋଚନା କରିଥିଲେ। 

ଅଗରକର କହିଛନ୍ତି ଯେ ହାର୍ଦ୍ଦିକଙ୍କ ସ୍ଥାନରେ ଅନ୍ୟ କାହାକୁ ଉପ-ଅଧିନାୟକ ହସ୍ତାନ୍ତର କରିବା କଷ୍ଟକର। ଦୀର୍ଘ ସମୟ ବିରତି ପରେ ସେ ଦଳକୁ ଫେରୁଛନ୍ତି ଏବଂ ଭଲ ପ୍ରଦର୍ଶନ କରୁଛନ୍ତି। 

ସେ ଆହୁରି କହିଛନ୍ତି, "ଉପ-ଅଧିନାୟକଙ୍କ ବିଷୟରେ କୌଣସି ଆଲୋଚନା ହୋଇନଥିଲା। କ୍ରିକେଟର ଭାବରେ ହାର୍ଦ୍ଦିକ କ’ଣ କରିପାରିବେ ତାହା ଆମେ ସମସ୍ତେ ଜାଣୁ। ତାଙ୍କୁ ବଦଳାଇବା କଷ୍ଟକର। ସେ ଅଧିନାୟକଙ୍କୁ ମଧ୍ୟ ଅନେକ ବିକଳ୍ପ ଦିଅନ୍ତି ଏବଂ ସେ ସେଠାରେ ଦୀର୍ଘ ସମୟ ରହିବେ। ବିରତି ପରେ ଫେରି ଆସୁଛନ୍ତି। ତାଙ୍କ ସ୍ଥାନ କୌଣସି ବିକଳ୍ପ ନାହିଁ। ଆମେ ଆଶା କରୁଛୁ ଯେ ସେ ତାଙ୍କ ଆଘାତ ଥାଇବି ଖେଳିପାରିବେ। 

ଆଗାମୀ ବିଶ୍ୱକପ ପାଇଁ ମନୋନୀତ ହୋଇଥିବା ୧୫ ଜଣିଆ ଦଳରେ ଅକ୍ସର ପଟେଲଙ୍କୁ ମଧ୍ୟ ସାମିଲ କରାଯାଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଡ୍ରପ କରାଯାଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏ ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଅଶ୍ୱିନ ଦୀର୍ଘ ଦିନ ଧରି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାଁନ୍ତି। ଏଥିସହିତ ଅକ୍ଷର ପଟେଲ ଏହି ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଛନ୍ତି। ତାଙ୍କୁ ଆଇପିଏଲରେ ମଧ୍ୟ ଜବରଦସ୍ତ ରୂପରେ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.