ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିଲା ସ୍ବାମୀ, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦।୪: ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ । ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିଲା ସ୍ବାମୀ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ ୨ କୋର୍ଟ । 

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଜୁନ୍ ମାସ ୨୫ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପାଇକରାପୁରରେ ଘଟିଥିଲା ହତ୍ୟାକାଣ୍ଡ । ସ୍ତ୍ରୀ ପୁଜା ମଲ୍ଲିକର ତଣ୍ଟି କାଟି ହତ୍ୟା କରିଥିଲା ଅଭିଯୁକ୍ତ ସ୍ବାମୀ ସୁକାନ୍ତ ମଲ୍ଲିକ । ପରକିଆପ୍ରୀତି ସନ୍ଦେହରେ ପତ୍ନୀଙ୍କୁ ହତ୍ୟା କରିଥିଲା ସୁକାନ୍ତ । ଘଟଣା ରାତିରେ ଦୁଇ ପିଲାଙ୍କୁ ଦୋକାନକୁ ପଠାଇ ସୁକାନ୍ତ ସ୍ତ୍ରୀକୁ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତ ସୁକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ୩ ବର୍ଷ ପରେ ସ୍ବାମୀ ସୁକାନ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୧୩ ଜଣ ସାକ୍ଷୀଙ୍କ ଆଧାରରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । 

You Can Read :

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, କହିଲେ- ବାପାଙ୍କ ପଦାଙ୍କ ଅନୁସରଣ କରିବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.