କର୍ମର ଫଳ ନିଶ୍ଚୟ ପ୍ରାପ୍ତ କରିବେ, ଏହି ରାଶିର ବ୍ୟକ୍ତିଙ୍କ ହୋଇପାରେ ଆଶଠାରୁ ଅଧିକ ଧନ ଉପାର୍ଜନ

Published By : Prameya-News7 Bureau | April 23, 2024 IST

ମେଷ- ରାଶିକୁ ସପ୍ତମ ଚନ୍ଦ୍ର, ବନ୍ଧୁ ମିଳନର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହାବି କର୍ମ କରିଛନ୍ତି ତାହାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ ।

ବୃଷ- ସେବା ପୂଜାରେ ମନୋନିବେଶ କରିବେ । ଚିନ୍ତାଧାରାର ବିକାଶ ଘଟିବ । କିଛି କଥାକୁ ନେଇ ମନରେ ଇର୍ଷା ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ବିଦ୍ୟାର୍ଥୀ ମାନ ସୌଭାଗ୍ୟ ଲାଭ କରିବେ  ।

ମିଥୁନ- ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । ଧନ ହାନି ହେବ । ଦେହ ପୀଡ଼ା ଯୋଗୁଁ ଅଳସୁଆ ହେବେ। ଅଯଥା ବ୍ୟୟର ଯୋଗ ରହିଛି । କର୍ମ କ୍ଷେତ୍ରରେ ମନସ୍ତାପ କରିବେ । ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ଦେଖା ଦେଇପାରେ । ବିଦ୍ୟାର୍ଥୀ ଅମନଯୋଗୀ ହେବେ ।

କର୍କଟ-  ଘାତ ବାର ହେତୁ ସତର୍କ ରହିବେ । କର୍ମ କ୍ଷେତ୍ରରେ ଅସହାୟତା ମିଳିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ପାରିବାରିକ ସମସ୍ୟା ମୁଣ୍ଡ ଟେକିପାରେ  । ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ । ଶାରୀରିକ ସମସ୍ୟା ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି । ଯାତ୍ରା ସମୟରେ ସତର୍କ ରହିବାକୁ ଅନୁରୋଧ ।

ସିଂହ- ଦିନଟି ଶୁଭ ରହିଛି । ନୂତନ ଚାକିରିର ଯୋଗ ରହିଛି । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଗୃହରେ ଶୁଭ କର୍ମ ହୋଇପାରେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ବ୍ୟବସାୟରେ ଭ୍ରମଣ ଯୋଗ ରହିଛି, ଯାହା ଉତ୍ତମ ଫଳ ପ୍ରଦାନ କରିବ ।

କନ୍ୟା-  ଆଶାବାଦୀ ହୋଇ ରହିବେ ।  ଅତ୍ୟାବଶ୍ୟକ ଦ୍ରବ୍ୟ ବା ଧାତୁକୁ ହରାଇପାରନ୍ତି । ଗୃହରେ କଳହର ଯୋଗ ରହିଛି । ମାନସିକ ଅଶାନ୍ତି ଦେଖାଦେଇପାରେ । ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ । ଆର୍ଥିକ ସ୍ଥିତିରେ ଅବନତି ଘଟିବ ।  

ତୁଳା- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି। ଦୂର ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।  କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଅଧିକାରୀ ଙ୍କ ଠାରୁ ସମ୍ମାନ ମିଳିବ । ହେଲେ ମଧ୍ୟ ପରିଶ୍ରମର ପରିଣାମ ଅଧିକ ରହିବ । ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇପାରେ ।

ବିଛା- ପରିବାରରେ ବାଦ ବିବାଦ ଲାଗି ରହିବ । ମନ ହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗିପାରେ ।

ଧନୁ-  କର୍ମର ଫଳ ନିଶ୍ଚୟ ପ୍ରାପ୍ତ କରିବେ । ଆଶଠାରୁ ଅଧିକ ଧନ ଉପାର୍ଜନ ହେବ । କର୍ମ କ୍ଷେତ୍ରରେ ଚଞ୍ଚଳ ହେବେ । ସମ୍ମାନ ପ୍ରାପ୍ତି ଯୋଗ ମଧ୍ୟ ରହିଛି । ପ୍ରେମ ସମ୍ପର୍କ ନିବିଡ଼ ହେବେ । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମକର- ବିଭିନ୍ନ ପ୍ରକାରର ଆୟର ଉତ୍ସ ମିଳିବ। ଦିନଟି ମଧ୍ୟମ ଫଳ ଦେବ  । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରେ ଖୁସି ଲାଗି ରହିବ । ବ୍ୟବସାୟରେ ନୂତନ ଆଶା ଦେଖାଯିବ । ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ। 

କୁମ୍ଭ- ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେବ । ମନ ସାମାନ୍ୟ ଚଞ୍ଚଳ ରହିବ । ଭ୍ରମଣ ର ଯୋଗ ରହିଛି । ଧାର୍ମିକ ସ୍ଥାନ କୁ ଯାତ୍ରା କରି ପାରନ୍ତି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ । ବିଦ୍ୟାର୍ଥୀ ମାନେ କମ ଫଳ ପ୍ରାପ୍ତ କରିବେ ।

ମୀନ- ଆଶା କରି ଥିବା ଦ୍ରବ୍ୟ କିମ୍ବା କର୍ମ ଆଜି ପ୍ରାପ୍ତ ହେବ ନାହିଁ । ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ - ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.