୨୦୩୦ ସୁଦ୍ଧା ଇ-କମର୍ସରେ ତୃତୀୟ ସବୁଠୁ ବଡ଼ ବଜାର ପାଲଟିବ ଭାରତ, ଇଣ୍ଟରନେଟର ରହିବ ବଡ଼ ଭୂମିକା

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଚୀନ ଏବଂ ଆମେରିକା ପରେ ଭାରତ ଦୁନିଆର ତୃତୀୟ ସବୁଠୁ ବଡ଼ ଇ-କମର୍ସ ବଜାର ହୋଇଯିବ । ଆଉ ଏହା ଦ୍ବାରା ଡିଜିଟାଲ ଅର୍ଥବ୍ୟବସ୍ଥାର ଆକାର ବଢ଼ି ୮ ହଜାର କୋଟି ଡଲାରରେ ପହଞ୍ଚି। ସେହିଭଳି ଚଳିତ ବର୍ଷ ଭାରତର ଇ-କମର୍ସ ବଜାରର ଆକାର ପ୍ରାୟ ୩,୨୫୦ କୋଟି ଡଲାରକୁ ବୃଦ୍ଧି ହେବା ନେଇ ଅନୁମାନ ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୩୦ ପର୍ଯ୍ୟନ୍ତ ଭାରତରେ ୫୦ କୋଟିରୁ ଅଧିକ ଲୋକ ଅନଲାଇନରେ କିଣାବିକା କରୁଥିବେ। ବର୍ତ୍ତମାନ, ଭାରତର ଇ-କମର୍ସ ବଜାର ପ୍ରାୟ ୧୧୩୦ କୋଟି ଡଲାର ରହିଛି, ଯାହା ପ୍ରାୟ ୨୧% ବାର୍ଷିକ ହାରରେ ବୃଦ୍ଧି ପାଉଛି। ଏହା ବଢ଼ିବାର ସବୁଠୁ ବଡ଼ କାରକ ହେଉଛି, ୧୩.୫ ଟଙ୍କା ପ୍ରତି ଜିବି ହାରରେ ମିଳୁଥିବା ସୁଲଭ ଇଣ୍ଟରନେଟ୍‌। 

ସୂଚନାଥାଉକି, ମୋବାଇଲରୁ ଇଣ୍ଟରନେଟ ବ୍ୟବହାର, ୨୦୧୯ ତୁଳନାରେ ୨୦୨୩-୨୪ରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି।୨୦୨୫ ସୁଦ୍ଧା ୮୭% ଘରେ ଇଣ୍ଟରନେଟ ଯୋଗାଯୋଗ ହେବ। ଇଣ୍ଟରନେଟ୍‌ ଉପଭୋକ୍ତା ସହ ଅନଲାଇନ ସପିଂ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଅନୁମାନ କରିଛି। ୨୦୧୯ରୁ ୨୦୨୬ ମଧ୍ୟରେ ଗ୍ରାମୀଣ ଭାରତରେ ୨୨ ପ୍ରତିଶତର ବାର୍ଷିକ ହାରରେ ସକ୍ରିୟ ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ୮୮ କୋଟିରୁ ଅଧିକ ହୋଇଯିବ।

ୟୁପିଆଇ ନିଭାଇବ ସବୁଠୁ ଗୁରୁତ୍ବପୂର୍ଣ୍ଣ

ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଇ-କମର୍ସ ବଜାରରେ ବୃଦ୍ଧି କାରଣରେ ୟୁପିଆଇ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଛି। ୨୦୨୨ରେ ଏହା ଦ୍ବାରା ୧.୫ ଲକ୍ଷ କୋଟି ଆମେରିକୀୟ ଡଲାରର ନେଣ ଦେଣ ହୋଇଛି। ୨୦୨୬ ସୁଦ୍ଧା ଯେତେବେଳେ ଭାରତର ୮୧ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ସ୍ମାର୍ଟଫୋନ ଥିବା। ତେଣୁ ୟୁପିଆଇ ଭଳି ମାଧ୍ୟମର ଉପଯୋଗ ମଧ୍ୟ ଅଧିକ ହୋଇଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.