ହୃଦରୋଗୀ ମିଠା ଖାଇବା ଉଚିତ୍‌ କି ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ...

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ ୨୬।୦୪: ମିଠା ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ । ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ମିଠା ଖାଇବା ଉଚିତ୍‌ ନୁହେଁ । ଏହାକୁ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ । ଅଧିକ ମିଠା ଖାଇବା ଦ୍ୱାରା ଡିପ୍ରେସନ୍‌ ଏବଂ ଚର୍ମ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଥାଏ ।  ଯଦି ଆପଣ ମିଠା ଖାଇବାକୁ ଭଲ ପାଆନ୍ତି ତେବେ ଅଳ୍ପ ପରିମାଣରେ ଖାଆନ୍ତୁ । ଯଦି ଆପଣ କୌଣସି ନିର୍ଦ୍ଦିଷ୍ଟ ରୋଗରେ ପୀଡିତ ତେବେ ଡାକ୍ତରଙ୍କ ପରାମର୍ଶରେ ହିଁ ମିଠା ଖାଆନ୍ତୁ  । 

ଅନେକ ସମୟରେ ପ୍ରଶ୍ନ ଆସିଥାଏ ହୃଦରୋଗୀ ମିଠା ଖାଇବା ଉଚିତ୍‌ କି ନୁହେଁ ? ବିଶେଷଜ୍ଞଙ୍କ ଅନୁଯାୟୀ ହୃଦୟ ରୋଗୀ ମିଠା ଖାଇବା ପୂର୍ବରୁ ସେ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ୍ ।  ଅନେକ ହୃଦୟ ରୋଗୀ ଅଛନ୍ତି ଯେଉଁମାନେ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନିଅନ୍ତିନି । ଯଦିଓ ସେମାନେ ଅଧିକ ମିଠା ଖାଆନ୍ତି, ତେବେ ହୃଦଘାତର ଆଶଙ୍କା ଯଥେଷ୍ଟ ବଢିଯାଏ । ଆହୁରି ମଧ୍ୟ ସେମାନଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।  ଅଧିକ ମିଠା ଖାଇବା ଦ୍ୱାରା ହୃଦ୍ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । 

ହୃଦୟ ରୋଗୀମାନେ ଭିତରୁ ବହୁତ ଦୁର୍ବଳ । ଏପରି ସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଅଧିକ ମିଠା ଖାଇବା ଦ୍ୱାରା ଅନ୍ୟ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଯାଏ । ଅତ୍ୟଧିକ ଚିନି ଖାଇବା ହେତୁ ଟ୍ରାଇଗ୍ଲାଇସେରାଇଡ୍ ସ୍ତର ବଢିଥାଏ । ଚର୍ବି ଧୀରେ ଧୀରେ ରକ୍ତ ସ୍ରୋତରେ ଜମା ହୋଇଯାଏ  । ଯେଉଁଥିପାଇଁ ହୃଦ୍‌ରୋଗର ଆଶଙ୍କା ବଢିଯାଏ ।

 ହୃଦରୋଗରେ ଅଧିକ ମିଠା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଏ । ଅତ୍ୟଧିକ ମିଠା ଖାଇବା ଶରୀରରେ ପୋଟାସିୟମ ଏବଂ ସୋଡିୟମର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଥାଏ । ଯେଉଁଥିପାଇଁ ବ୍ଲଡପ୍ଲେସର ବିପଦ ଯଥେଷ୍ଟ ବୃଦ୍ଧି ପାଇଥାଏ । ଯଦି ହୃଦୟ ରୋଗୀମାନେ ଅଧିକ ମିଠା ଖାଆନ୍ତି ତେବେ ସେମାନଙ୍କ ଶରୀରରେ ଅନେକ ପ୍ରକାରର ଫୁଲା ଦେଖିବାକୁ ମିଳିପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.