ହାଇକୋର୍ଟରୁ ସିସୋଦିଆଙ୍କୁ ଆଶ୍ବସ୍ତି, ଇଡି-ସିବିଆଇକୁ ମଧ୍ୟ ମାଗିଲେ ଜବାବ

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ୍‌ ଆବେଦନ ଉପରେ ଶୁଣାଣି କରି ବଡ଼ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ । କୋର୍ଟ ମନୀଷଙ୍କୁ ସପ୍ତାହରେ ଥରେ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଏହା ସହ କୋର୍ଟ ମନୀଷଙ୍କ ଜାମିନ୍‌ ଆବେଦନ ଉପରେ ଇଡି ଓ ସିବିଆଇକୁ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଆଠ ତାରିଖରେ ହେବ। 

ଉଲ୍ଲେଖଯୋଗ୍ୟ, ମନୀଷ ସିସୋଦିଆ ଅବକାରୀ ଘୋଟାଲ ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ସେ ଅନେକ ଥର ଜାମିନ ପାଇଁ ଆବେଦନ କରିସାରିଛନ୍ତି। କିନ୍ତୁ ତାଙ୍କର ଆବେଦନ ଖାରଜ ହୋଇଆସୁଛି।

ଆହୁରି ପଢ଼ନ୍ତୁ: ହଟିଲା ସସ୍‌ପେନ୍ସ; ରାଏବରେଲିରୁ ଲଢ଼ିବେ ରାହୁଲ, ଆମେଠିରୁ କିଶୋରୀ ଲାଲ୍

ଉଲ୍ଲେଖଯୋଗ୍ୟ, ପ୍ରତ୍ୟାହୃତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ଏବଂ ସିବିଆଇ ତରଫରୁ ଦୁର୍ନୀତି ଏବଂ ମନିଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଥିଲେ। ଯାହାପରେ ନିମ୍ନ ଅଦାଲତଙ୍କ ଏପ୍ରିଲ ୩୦ରେ ଦେଇଥିବା ଏହି ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସିସୋଦିଆ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୀତଙ୍କ ପିଏସ ଅରୋରାଙ୍କ ପୀଠ ଶୁକ୍ରବାର ସିସୋଦିଆଙ୍କ ଆବେଦନର ଶୁଣାଣି କରିଛନ୍ତି। 

ଏହି ଆବେଦନରେ ସିସୋଦିଆ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ସେ ନିମ୍ନ ଅଦାଲତଙ୍କ ସେହି ଆଦେଶକୁ ବଜାୟ ରଖିବାକୁ ଅନୁରୋଧ କରିଥିଲେ, ଯେଉଁଥିରେ ତାଙ୍କୁ ହେପାଜତରେ ଥାଇ ତାଙ୍କର ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଦେଖା କରିବାକୁ ଅନୁମତି ଦିଆଯାଇଥିଲା। ଇଡି ତରଫରୁ ମଧ୍ୟ ଏହି ଅନୁରୋଧକୁ ଆପତ୍ତି କରିନଥିଲା। ଫଳରେ ତାଙ୍କର ଅନୁରୋଧ ଅନୁମତି ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.