କାଶ୍ମୀରରେ ୪ ଦଶନ୍ଧିରେ ୧୨୨ ଗ୍ଲାସିୟରରେ ଆସିଛି ବଡ଼ ହ୍ରାସ, ହରାଇ ସାରିଲାଣି ୯.୮୩ ବର୍ଗ କିଲୋମିଟର ଅଞ୍ଚଳ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୀର ପଞ୍ଜାଲ ରେଞ୍ଜର ୧୨୨ ଗ୍ଲାସିୟର ଗତ ଚାରି ଦଶନ୍ଧିରେ ଦ୍ରୁତ ବେଗରେ ତରଳିବାରେ ଲାଗିଛି । ରାଷ୍ଟ୍ରୀୟ ପ୍ରଯୁକ୍ତି ସଂସ୍ଥା (ଏନଆଇଟି) ଶ୍ରୀନଗରର ଅଧ୍ୟୟନକାରୀ ନିଜ ଅନୁସନ୍ଧାନରେ ପାଇଛନ୍ତି ଯେ ଏହି ଗ୍ଲାୟିସର କ୍ଷେତ୍ର ଯାହା ୧୯୮୦ରେ ପ୍ରାୟ ୨୫.୭ ବର୍ଗ କିଲୋମିଟର କ୍ଷେତ୍ରରେ ବ୍ୟାପ୍ତ ଥିଲା, ତାହା ୨୦୨୦ରେ କମି ମାତ୍ର ୧୫.୯ ବର୍ଗ କିଲୋମିଟରରେ ସୀମିତ ହୋଇଛି । ଏହି ଅବଧିରେ ଗ୍ଲାସିୟର ନିଜର ୯.୮୩ ବର୍ଗ କିଲୋମିଟର ଅଞ୍ଚଳ ହରାଇ ବସିଛି । ଏହିପରି ୫୫ ଗ୍ଲାସିୟରର ବିଶେଷ ୱାଟର ସେଡ୍ ‘ବିଶଭ’ ଏହି ଅବଧିରେ ନିଜ ଛଅ ବର୍ଗ କିଲୋମିଟରରୁ ଅଧିକ ଭାଗ ହରାଇ ବସିଛି । 

ଅଧ୍ୟୟନରେ ଏହା ଖୁଲାସା ହୋଇଛି ଯେ ୦.୫ ବର୍ଗ କିଲୋମିଟରର ଛୋଟ ଗ୍ଲାସିୟର, ବଡ଼ ଗ୍ଲାସିୟର ତୁଳନାରେ ଦ୍ରୁତ ଗତିରେ ପଛକୁ ହଟିବାରେ ଲାଗିଛି । ଅଧ୍ୟୟନ ଜର୍ଣ୍ଣାଲ ଅଫ୍ ହାଇଡ୍ରୋଲଜି ସାଇନ୍ସ ଆଣ୍ଡ ଟେକ୍ନୋଲଜିରେ ପ୍ରକାଶ ପାଇଛି ।

ଅଧ୍ୟୟନରେ ଏହା ମଧ୍ୟ ସାମନାକୁ ଆସିଛି ଯେ ଯେଉଁ ଗ୍ଲାସିୟର ଦକ୍ଷିଣ ଆଡ଼କୁ ଅଛି, ତାହା ଉତ୍ତର ଆଡକୁ ମୁହଁ କରିଥିବା ଗ୍ଲାସିୟର ତୁଳନାରେ ବହୁ ଅଧିକ ହ୍ରାସର ସାମନା କରିଛି । ସେହିପରି ଯେଉଁ ଗ୍ଲାସିୟର ଅଧିକ ଉଚ୍ଚରେ କିମ୍ୱା ସମୁଦ୍ର ସ୍ତରରୁ ହାରାହାରି ୩୮୦୦-୪୦୦୦ ମିଟର ଉଚ୍ଚତାରେ ଅଛି, ସେଥିରେ କମ ଉଚ୍ଚତା ଥିବା ଗ୍ଲାସିୟର ତୁଳନାରେ ଅଧିକ ତରଳୁଥିବା ଦେଖିବାକୁ ମିଳୁଛି ।

ହିମାଳୟ କ୍ଷେତ୍ରରେ ଥିବା ଗ୍ଲାସିୟର ଆଖପାଖ ଅଞ୍ଚଳରେ ବାସ କରୁଥିବା ସମୁଦାୟ ପାଇଁ ଜଳର ପ୍ରମୁଖ ସ୍ରୋତ ଅଟେ । ସେମାନେ ନଦୀର ପ୍ରବାହ, କୃଷି ଏବଂ ବିଜୁଳି ଉତ୍ପାଦନକୁ ବଜାୟ ରଖିବାରେ ସହଯୋଗୀ ହୋଇଥାଏ । ଏହାସହ ସ୍ଥାନୀୟ ପରିବେଶ, ବନ୍ୟ ଜୀବନ ଏବଂ ଆବାସକୁ ସଂରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୂରା ପରିବେଶ ଉପରେ ଏହାର ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.