ଫେସନ୍‌ ଇନ୍‌ଫ୍ଲୁଏନ୍ସର ସୁରଭୀ ଜୈନ୍‌ଙ୍କ ପରଲୋକ: କ୍ୟାନ୍‌ସର ସହ ଲଢ଼ି ଆଖି ବୁଜିଲେ

Published By : Prameya-News7 Bureau | April 20, 2024 IST

NDTV

ନୂଆଦିଲ୍ଲୀ: ଫେସନ୍‌ ଇନ୍‌ଫ୍ଲୁଏନ୍ସର ସୁରଭୀ ଜୈନଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ିବା ପରେ ଶେଷରେ ୩୦ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁରଭୀ। ଏପ୍ରିଲ ୧୯ ତାରିଖ ଗାଜିଆବାଦରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। 

ସୁରଭୀଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦିଆଯାଇଛି। ସେ ଦୀର୍ଘିଦିନ ହେବ ଗର୍ଭାସୟ କର୍କଟ ରୋଗରେ ପୀଡ଼ିତ ଥିଲେ। ୮ ସପ୍ତାହ ତଳେ ସୁରଭୀ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫଟୋ ଅପ୍‌ଲୋଡ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ସୂଚନା ଦେଇଥିଲେ। କିଛି ଭଲ ହେଉ ନାହିଁ। ଦୁଇ ମାସ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛି ବୋଲି ସୁରଭୀ କହିଥିଲେ। 

ପଢ଼ନ୍ତୁ-ଆମେରିକା ଲୋକପ୍ରିୟ ଗାୟିକା ମାଣ୍ଡିସାଙ୍କ ସନ୍ଦେହ ଜନକ ମୃତ୍ୟୁ

୨୭ ବର୍ଷ ବୟସରେ ସୁରଭୀ କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ତାଙ୍କର ଏକ ବଡ଼ ସର୍ଜରୀ କରାଯାଇଥିଲା। ଏଥିରେ ତାଙ୍କର ୧୪୯ ଷ୍ଟିଚ୍ ପଢ଼ିଥିଲା। ତାଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା ବୋଲି ସେ ପୋଷ୍ଟ କରି ସୂଚନା ଦେଇଥିଲେ। ହେଲେ ସର୍ଜରି ପରେ ବି ପୁଣିଥରେ ତାଙ୍କୁ କ୍ୟାନ୍‌ସର ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.