ପରିବା ମଣ୍ଡିରେ ଶୋଇଥିବା ବେଳେ ବ୍ୟବସାୟୀଙ୍କୁ ହତ୍ୟା, ପନିକିରେ ବେକ କାଟିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | March 12, 2024 IST

ଝାରସୁଗୁଡା ୧୨୩: ଝାରସୁଗୁଡା ପରିବା ମଣ୍ଡିରେ ବ୍ୟବସାୟୀଙ୍କୁ ହତ୍ୟା । ମୃତକ ହେଲେ କିଶୋର ପଟେଲ । ଗତ ରାତିରେ ପରିବା ମଣ୍ଡିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ କିଶୋରଙ୍କୁ ପନିକିରେ ବେକ କାଟି ଦେଇ ହତ୍ୟା କରିଥିବା ଜଣାପଡ଼ିଛି । 

ମଙ୍ଗଳବାର ସକାଳୁ ଏହି ଘଟଣା ଜଣାପଡିବା ପରେ ରେଳବାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଜଣାପଡି ନଥିବା ବେଳେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.