ଆଠଗଡ ୩୦।୪: ମହାନଦୀରେ ଡଙ୍ଗାରେ ଯାଉଥିଲା ମଦ ସହ ମଦ ତିଆରି ସାମଗ୍ରୀ । ଖବର ପାଇଗଲା ଅବକାରୀ ବିଭାଗ । ଅବକାରୀ ଷ୍ଟାଫଙ୍କୁ ଦେଖି ଜୋରରେ ଡଙ୍ଗା ଚଳାଇଲେ ମଦ ମାଫିଆ । ଅବକାରୀ ଷ୍ଟାଫ୍ ଡ୍ରେସ ଖୋଲି ମହାନଦୀ ପାଣିରେ ପହଁରିଲେ । ଅଧା ନଦୀରେ ଡଙ୍ଗା ଛାଡି ପଳାଇଲେ ମଦ ମାଫିଆ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଯୋଡୁମ ଥାନା ଚକ୍ରଗଡ ମହାନଦୀ ଠାରେ ।
ଡଙ୍ଗାରେ ମଦ ଯାଉଥିବା ଖବର ପାଇ ଆଠଗଡ ଓ ନରସିଂହପୁର ଅବକାରୀ ବିଭାଗ ଷ୍ଟାଫ ରେଡ କରିଥିଲେ । ଡଙ୍ଗା ଧରିବା ସହ ଡଙ୍ଗାରେ ଥିବା ବିପୁଳ ପରିମାଣର ମଦ ଜବତ କରିବା ସହ ମଦ ତିଆରି ସାମଗ୍ରୀ ନଷ୍ଟ କରିଛନ୍ତି ।
You Can Read :
କେନ୍ଦୁଝରର କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ କୁଅଁର ଗୁରୁତର, ମେଡିକାଲରେ ଭର୍ତ୍ତି