ଚେକିଂ ବେଳେ ୫ ଲକ୍ଷ ଟଙ୍କା ଜବତ, ସ୍କୁଟିରେ ରଖିଥିଲେ ବ୍ୟବସାୟୀ

Published By : Prameya-News7 Bureau | May 01, 2024 IST

କୁଚିଣ୍ଡା: ଚେକିଂ ବେଳେ ୫ ଲକ୍ଷ ଟଙ୍କା ଜବତ କଲା କୁଚିଣ୍ଡା ପୋଲିସ। ବୁଧବାର କୁଚିଣ୍ଡା ପୁରୁଣା ବସ ଷ୍ଟାଣ୍ଡ ନିକଟ ଟ୍ରାଫିକ ଛକରେ ଚେକିଂ ବେଳେ ବ୍ୟବସାୟୀ  ଚମନ ଅଗ୍ରୱାଲଙ୍କ ସ୍କୁଟିରୁ ୫ ଲକ୍ଷ ଜବତ । ଜବତ ଟଙ୍କା କୁଚିଣ୍ଡା ସବ ଟ୍ରେଜେରୀରେ ଜମା କଲା ପୋଲିସ। ତେବେ ଏହା କେଉଁଥିପାଇଁ ସ୍କୁଟିରେ ରଖିଥିଲେ ସେନେଇ ଜଣାପଡ଼ିନଥିବାବେଳେ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। 

ଆହୁରି ପଢ଼ନ୍ତୁ: କାର୍‌ ଭିତରୁ ଜବତ ହେଲା ପେଟି ପେଟି ମଦ, ଚଢ଼ଉ କରି ୨ ଯୁବକଙ୍କୁ ଅଟକ ରଖିଲା ପୋଲିସ

ସୂଚନାଥାଉକି, ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ପୋଲିସ ପ୍ରଶାସନ ତରଫରୁ ଏଭଳି ଚେକିଂ ଜାରି ରହିଛି। ନିର୍ବାଚନ ସମୟରେ କିପରି କୌଣସି ପ୍ରକାର ବେଆଇନ ଅର୍ଥ କାରବାର ନହେବ ତାହା ଉପରେ ଧ୍ୟାନ ଦିଆଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.