ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସେଲିବ୍ରିଟି ମଧ୍ୟ ଦାୟୀ, ପତଞ୍ଜଳି ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ପତଞ୍ଜଳିର ଆୟୁର୍ବେଦର ଔଷଧକୁ ନେଇ ବିଭ୍ରାନ୍ତିକର ମାମଲାରେ ଆହୁରି କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ।ମଙ୍ଗଳବାର ମାମଲାରେ ଶୁଣାଣି ସମୟରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରି ସୁପ୍ରିମକୋର୍ଟ  କହିଛନ୍ତି ‘‘ ଏଭଳି ବ୍ରିଭାନ୍ତିକର ବିଜ୍ଞାପନ ପ୍ରସ୍ତୁତ କରିଥିବା କମ୍ପାନି ଯେତେକି ଦାୟୀ, ସେତିକି ଏହାକୁ ପ୍ରସାରଣ କରିଥିବା ସେଲିବ୍ରିଟି ଏବଂ ପ୍ରଭାବଶାଳୀ ଲୋକ ମଧ୍ୟ ଦାୟୀ’’ ଅଦାଲତ କହିଛନ୍ତି ଯଦି କୌଣସି ଉତ୍ପାଦକୁ ନେଇ କରାଯାଇଥିବା ଦାବି ଭୁଲ୍‌ ବୋଲି ପ୍ରମାଣିତ ହେଉଛି, ତେବେ ତାହାକୁ ପ୍ରଚାର କରୁଥିବା ସେଲିବ୍ରିଟି ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର ମଧ୍ୟ ଦାୟୀ।ଏହା ସହ ମାମଲାରେ ଶୁଣାଣି କରି ବେଞ୍ଚ ଆଇଏମଏକୁ ମଧ୍ୟ ତାଗିଦ୍‌ କରିଛନ୍ତି।

ଅଦାଲତ ଆହୁରି କହିଛନ୍ତି ବିଜ୍ଞାପନ ପ୍ରସାରିତ କରିବା ପୂର୍ବରୁ ଚାନେଲଙ୍କୁ ମଧ୍ୟ ଏକ ସ୍ବିକାରୋକ୍ତି ଫର୍ମ ପୂରଣ କରିବା ଦରକାର। ଏଥିରେ ସବୁ ନିୟମ ପାଳନ କରାଯାଉଛି ବୋଲି ତାହା ଜଣାଇବାକୁ ପଡ଼ିବ। ଆହୁରି ମଧ୍ୟ ମଙ୍ଗଳବାର ଜଷ୍ଟିସ ହିମା କୋହଲୀ ଏବଂ ଜଷ୍ଟିସ ଅମାନୁଲ୍ଲାହଙ୍କ ବେଞ୍ଚ ‘‘ଗାଇଡଲାଇନ୍ସ ଫର୍‌ ପ୍ରିଭେନ୍ସନ ଅଫ୍‌ ମିସଲିଡିଂ ଆଡ୍‌’’ର ଉଲ୍ଲେଖ କରିଥିଲେ।

ଆହୁରି ପଢ଼ନ୍ତୁ:

ଅରବିନ୍ଦ କେଜରିୱାଲଙ୍କ ଜାମିନ ନେଇ ସୁପ୍ରିମକୋର୍ଟରେ ହୋଇ ପାରିଲାନି ନିଷ୍ପତ୍ତି, ନିର୍ବାଚନ ପ୍ରଚାର ନିମନ୍ତେ କରିଥିଲେ ନିବେଦନ

ଅଦାଲତ କହିଛନ୍ତି ‘‘ଏହି ନିୟମର ଗାଇଡଲାଇନ୍‌ ୧୩ରେ କୁହାଯାଇଛି ଯେ, କୌଣସି ବିଜ୍ଞାପନର ପ୍ରଚାର କରୁଥିବା ଚର୍ଚ୍ଚିତ ଚେହେରାଙ୍କୁ ସେବା ଏବଂ ଉତ୍ପାଦ ବିଷୟରେ ସଂପୂର୍ଣ୍ଣ ସୂଚନା ଥିବା ଦରକାର। ତାଙ୍କୁ ଜଣାଥିବା ଦରକାର ଯେ, ସେ ଯେଉଁ ଉତ୍ପାଦର ପ୍ରଚାର କରୁଛନ୍ତି ତାହା କୌଣସି ପ୍ରକାର କ୍ଷତିକାରକ ନୁହେଁ।’’

ବେଞ୍ଚ ଆହୁରି କହିଛନ୍ତି ମନ୍ତ୍ରାଳୟଙ୍କୁ ମଧ୍ୟ ଏ ସମ୍ବନ୍ଧରେ କିଛି ନିୟମ ଆଣିବା ଆବଶ୍ୟକ। ଏହା ଏଥିପାଇଁ କାରଣ ବିଜ୍ଞାପନ ଭୁଲ ହେଲେ ଗ୍ରାହକ ଅଭିଯୋଗ କରିପାରିବେ ଏବଂ ଏହାର କୌଣସି ଫଳାଫଳ ବାହାରିପାରିବ। ମାମଲାରେ ଆଗାମୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.