ଶକ୍ତିଶାଳୀ ହେଉଛି ବିଜେପି, ଦଳରେ ସାମିଲ ହେଲେ ଅନ୍ୟ ଦଳର ନେତା ଓ କର୍ମୀ

Published By : Prameya-News7 Bureau | May 02, 2024 IST

ଭଦ୍ରକ ୦୨।୦୫: ଶକ୍ତିଶାଳୀ ହେଉଛି ବିଜେପି । ଦିନକୁ ଦିନ ଦଳରେ ସାମିଲ ହେଉଛନ୍ତି ଅନ୍ୟ ଦଳ ର ନେତା , ନେତ୍ରୀ ଓ ଆଶାୟୀ ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଆୟୋଜିତ ହୋଇଛି । 

ଧାମନଗର ବିଧାନସଭା କ୍ଷେତ୍ରରେ ବିଜେଡିରୁ ନିଲମ୍ବିତ ଦୁଇ ନେତା ରଘୁନାଥ ଲେଙ୍କା ଓ ହରେକୃଷ୍ଣ ପାଢ଼ୀ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । .

ସେହିଭଳି ବିଜେଡିରୁ ଧାମନଗର ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ପାର୍ଥି ଭାବେ ଆଶାୟୀ ଥିବା ସଂଯୁକ୍ତା ଦାସ ମଧ୍ୟ ବିଜେପିରେ ମିଶିଛନ୍ତି । ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ଆଶାୟୀ ଜ୍ୟୋତି ପ୍ରକାଶ ମହାନ୍ତି ବିଜେପିରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ , ବିଧାୟକ ପ୍ରାର୍ଥୀ ସିତାଂଶୁ ଶେଖର ମହାପାତ୍ର , ସାଂସଦ ପ୍ରାର୍ଥୀ  ଅଭିମନ୍ୟୁ ସେଠୀଙ୍କ ସହ ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ମନମୋହନ ସାମଲ କହିଛନ୍ତି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଏବେ ଆହୁରି ଶକ୍ତିଶାଳୀ ହେଉଛି । ଅନ୍ୟ ଦଳର ନେତା ମାନେ ଏବେ ବିଜେପିକୁ ଚୟନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.