ମିଳିଲାନି ଟିକେଟ୍, ଅସନ୍ତୁଷ୍ଟକୁ ଥଇଥାନ କଲା ବିଜେଡି

Published By : Prameya-News7 Bureau | April 23, 2024 IST

ଭୁବନେଶ୍ଵର: ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଜୁ ଜନତା ଦଳରରେ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ସରୋଜ ସାମଲଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ, ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଏବଂ ପ୍ରଶାନ୍ତ ସେଠୀଙ୍କୁ ବିଜେଡି ସମ୍ପାଦକ  ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି । ସେହିଭଳି ଭୂପିନ୍ଦର ସିଂହଙ୍କୁ କଳାହାଣ୍ଡି ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦଆଯାଇଛି ।   

Also read: ନୋମିନେସନ ଆରମ୍ଭ ହୋଇଗଲାଣି, ଏ ପର୍ଯ୍ୟନ୍ତ ସରୁନି ତିନି ଦଳର ପ୍ରାର୍ଥୀ ଘୋଷଣା

ଟିକେଟ୍ ମିଳି ନ ଥିବା ଏହି ନେତାଙ୍କୁ ମନାଇବାକୁ ଉଦ୍ୟମ କରିଛି ବିଜେଡି। ଅମର ପ୍ରସାଦ ଶତପଥୀ ହେଉଛନ୍ତି ବଡ଼ଚଣାର ଛଅ ଥରର ବିଧାୟକ। ହେଲେ ଏଥର ତାଙ୍କୁ ଦଳ ଟିକେଟ୍ ଦେଇନି। ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଶ୍ରୀମୟୀ ମିଶ୍ର ମଧ୍ୟ ଭୁବନେଶ୍ଵର ଲୋକସଭା ସିଟରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ ନର୍ଲାରୁ ଏଥର ନିର୍ବାଚନ ଲଢାଇନି ଦଳ। ତେଣୁ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ବିଜେଡି ପକ୍ଷରୁ ଏହି ଥଇଥାନ କରାଯାଇଛି। 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.