ବିଧାନସଭା ପାଇଁ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା : ୯ ଆସନ ଲାଗି ନାଁ ଘୋଷଣା, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ

Published By : Prameya-News7 Bureau | April 20, 2024 IST

ଭୁବନେଶ୍ବର ୨୦।୪: ଆସିଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ନବୀନଙ୍କ ଘୋଷଣା ଅନୁଯାୟୀ, ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣା ଦେବାଶିଷ ମାର୍ଣ୍ଡି, କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆ ସୁଭାଷିନୀ ସାହୁ, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ, କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା, ଚମ୍ପୁଆରୁ ସନାତନ ମହାକୁଡ ପ୍ରାର୍ଥୀ ହୋଇଛନ୍ତି ।


ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ସବୁ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆଜିକୁ ମିଶାଇ ୧୩୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡି ଆଉ ୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି ।

You Can Read : 

ରାଉରକେଲାରେ ମାଓ କ୍ୟାମ୍ପ ଧ୍ବଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

 

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.