ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା

Published By : Prameya-News7 Bureau | May 02, 2024 IST

ବିନିକା ୨।୫: ସାରା ଓଡିଶାରେ ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି l ଗୁରୁବାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି l 

ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ଶେଷ କରି ବିଶାଳ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ବୀରମହାରାଜପୁର ଉପ-ଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ପଦ୍ମନାଭ ବେହେରା l ବୀରମହାରାଜପୁର, ଉଲୁଣ୍ଡା, ବିନିକା ବ୍ଳକର ଶତାଧିକ ବିଜେଡି କର୍ମୀ, ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଜନ ସାଧାରଣଙ୍କ ପାଖକୁ ଯାଇ ଆଗାମୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ସହିତ ବିଜୟୀ ହେବେ ବୋଲି କହିଛନ୍ତି ପଦ୍ମନାଭ ବେହେରା l

You Can Read :

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳିତ 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.