LIVE TV

ପ୍ୟାରିସ୍‌ର ପ୍ରସିଦ୍ଧ ମ୍ୟୁଜିୟମରୁ ଦାମୀ ଅଳଙ୍କାର ଲୁଟ୍‌ ... ବନ୍ଦ ହେଲା ସଂଗ୍ରହାଳୟ

NEWS7
australiaa-aron-finch-injured

ନୂଆଦିଲ୍ଲୀ – ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ପ୍ରସିଦ୍ଧ ଲୁବ୍ର ମ୍ୟୁଜିୟମକୁ ରବିବାର ସକାଳେ ଅସ୍ଥାୟୀ ଭାବେ ବନ୍ଦ କରିଦିଆ ଯାଇଛି। ସୂଚନା ଅନୁସାରେ , ଉକ୍ତ ସଂଗ୍ରହାଳୟରୁ ବହୁ ଦାମୀ ଅଳଙ୍କାର ସବୁ ଚୋରି ହୋଇ ଯାଇଛି। ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରାଶିଦା ଦାତି ଏହି ଘଟଣାର ସ୍ପଷ୍ଟ କରି କହିଛନ୍ତି ଯେ, ସଂଗ୍ରହାଳୟରେ ହୋଇଥିବା ଏହି ଚୋରିର ଯାଞ୍ଚ ଚାଲିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ , ଚୋରମାନେ ସୁରକ୍ଷା ସିଷ୍ଟମକୁ ଚକମା ଦେଇ ସଂଗ୍ରହାଳୟର ପ୍ରସିଦ୍ଧ ଗ୍ୟାଲେରୀରୁ ମୂଲ୍ୟବାନ ଦାମୀ ଅଳଙ୍କାର ସବୁ ଚୋରେଇ ନେଇଛନ୍ତି।

ରାଶିଦା ଦାତି ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଆଜି ସକାଳେ ଲୁବ୍ର ସଂଗ୍ରହାଳୟ ଖୋଲିବା ସମୟରେ ଚୋରି ହୋଇଥିବା ଜଣାପଡ଼ି ଥିଲା। ଚୋରି ପରେ ଜାରି ଭିଡ଼ିଓ ଫୁଟେଜ୍‌ରେ ଦେଖିବାକୁ ମିଳୁଛି ସଂଗ୍ରହାଳୟରୁ ବାହାରକୁ ଯିବା ପାଇଁ ଆଗନ୍ତୁକଙ୍କ ଲମ୍ୱା ଧାଡ଼ି ଲାଗିଛି। ଅନ୍ୟ ଏକ ଭିଡ଼ିଓରେ ସଂଗ୍ରହାଳୟର ବାହାରେ ସୁରକ୍ଷାକର୍ମୀଙ୍କ ମୁତୟନ ନଜର ଆସିଥିଲା।

ଏଏଫପି ନ୍ୟୁଜ୍‌ ଏଜେନ୍ସି ଜଣେ ଅଧିକାରୀଙ୍କ ଅନୁସାରେ ସୂଚନା ଦେଇଛି ଯେ, ଲୁଟେରା  ଅଳଙ୍କାର ଗୁଡ଼ିକୁ ନେଇ ସଂଗ୍ରହାଳୟରୁ ଫେରାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଲୁବ୍ରକୁ ପୂରା ଦିନ ପାଇଁ ବନ୍ଦ ରଖାଯାଇଛି।ସଂଗ୍ରହାଳୟ ସରକାରୀ ବିବୃତ୍ତିରେ କହିଛି , ତାହା ବିଶେଷ ପରିସ୍ଥିତି କାରଣରୁ ବନ୍ଦ ରହିବ , କିନ୍ତୁ ଡକାୟତି ସହ ଜଡ଼ିତ କୌଣସି ଅତିରିକ୍ତ ସୂଚନା ପ୍ରକାଶ କରି ନାହିଁ।