ଆଷ୍ଟ୍ରାଜେନିକାର ବଡ଼ ନିଷ୍ପତ୍ତି, ବଜାରରୁ ଭାକ୍ସିନ ଫେରସ୍ତ ନେଇ କମ୍ପାନିର ଘୋଷଣା

Published By : Prameya-News7 Bureau | May 08, 2024 IST

Jagran

ନୂଆଦିଲ୍ଲୀ: ବ୍ରିଟେନର ଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ଏହାର କୋଭିଡ-୧୯ ଭାକ୍ସିନର ବିକ୍ରି ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ତିଆରି ହୋଇଥିବା କୋଭିସିଲ୍ଡ ଭାକ୍ସିନ ମଧ୍ୟ ରହିଛି। ନିକଟରେ ହିଁ ଏହି ଫାର୍ମାସୀ କମ୍ପାନି କୋର୍ଟରେ ଭାକ୍ସିନର ବିପଜ୍ଜନକ ପାର୍ଶ୍ବପ୍ରତିକ୍ରିୟା କଥା ସ୍ବୀକାର କରିଥିଲା। ଆଉ ଯାହା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି।

ଅବଶ୍ୟ କମ୍ପାନି ଭାକ୍ସିନକୁ ବଜାରରୁ ହଟାଇବା ପଛରେ ଏହାର କାରଣ ଦର୍ଶାଇଛି। ଆଷ୍ଟ୍ରାଜେନିକା ତରଫରୁ କୁହାଯାଇଛି ଯେ, ବଜାରରେ ଅଧିକ ମାତ୍ରାରେ ଭାକ୍ସିନ ଉପଲବ୍ଧ ରହିଛି। ଏଥିପାଇଁ କମ୍ପାନି ବଜାରରୁ ସବୁ ଟିକା ଫେରସ୍ତ ପାଇଁ ନିଷ୍ପତ୍ତି ନେଇଛି। କମ୍ପାନି କହିଛି ଯେବେଠାରୁ ବଜାରକୁ ଅନେକ ପ୍ରକାର କୋଭିଡ-୧୯ ଭାକ୍ସିନ ଆସିଛି ସେବେଠାରୁ ଆଷ୍ଟ୍ରାଜେନିକା ଭାକ୍ସିନର ଚାହିଦା କମିଛି। ଏହାର ଉତ୍ପାଦନକୁ ମଧ୍ୟ ବନ୍ଦ କରିଦିଆଯାଇଛି। 

ଆହୁରି ପଢ଼ନ୍ତୁ:

କୋଭିଶିଲ୍ଡ ଟିକାର ସାଇଡ୍‌ ଇଫେକ୍ଟ ନେଇ ବିଶ୍ୱରେ ହଇଚଇ: କେତେ ସୁରକ୍ଷିତ ସ୍ୱଦେଶୀ ଟିକା କୋଭାକ୍ସିନ ?

ଭାକ୍ସନିକୁ ବଜାରରୁ ଫେରସ୍ତ ପାଇଁ ଆବେଦନ ମାର୍ଚ୍ଚ ୫ରେ କରିଥିଲା। ଯାହା ମେ ୭ ପର୍ଯ୍ୟନ୍ତ ପ୍ରଭାବୀ ହୋଇଥିଲା। ଆଷ୍ଟ୍ରାଜେନିକା ୨୦୨୦ରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହ ମିଶି କୋରୋନା ଭାକ୍ସିନ ପ୍ରସ୍ତୁତ କରିଥିଲା। ଏହାର ଫର୍ମୂଲାର ବ୍ୟବହାର କରି ସିରମ ଇନଷ୍ଟିଚ୍ୟୁଟ୍‌ ଭାରତରେ କୋଭିସିଲ୍ଡ ଭାକ୍ସିନର ପ୍ରସ୍ତୁତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.