ସଲମାନଙ୍କ ଫାୟରିଂ ମାମଲା; ହରିୟାଣାରେ ଧରାପଡିଲା ତୃତୀୟ ଅଭିଯୁକ୍ତ, ଅନମୋଲ ବିଷ୍ଣୋଇଙ୍କ ସହ ସମ୍ପର୍କରେ ଥିଲେ

Published By : Prameya-News7 Bureau | April 18, 2024 IST

ମୁମ୍ଵାଇ ୧୧।୦୪: ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ଘରେ ଗୁଳି ବିନିମୟ ଘଟଣାରେ ପୋଲିସ ହରିୟାଣାରେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି। ପୋଲିସର ସୂଚନାନୁସାରେ, ଗୁଜୁରାଟରୁ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଥିବା ନେଇ କହିଛି । କାରଣ ଘଟଣା ପୂର୍ବରୁ ଏବଂ ପରେ ଉଭୟ ଆକ୍ରମଣକାରୀଙ୍କ ସହ ଲଗାତାର ସମ୍ପର୍କରେ ଥିଲେ।

ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କ ଠାରୁ ନିର୍ଦ୍ଦେଶ ନେଇଥିବା ସନ୍ଦେହ କରାଯାଉଛି। ସଲମାନ ଖାନଙ୍କ ଘରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଫେସବୁକରେ ଏକ ପୋଷ୍ଟ କରାଯାଇଥିଲା ।ଯେଉଁଥିରେ ଦାବି କରାଯାଇଥିଲା ଯେ ଏହି ପୋଷ୍ଟରେ ଲରେନ୍ସଙ୍କ ସାନଭାଇ ଅନମୋଲ ସଲମାନଙ୍କ ଘରେ ଗୁଳି ଚଳାଇବା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ଯାଞ୍ଚରେ ପୋଲିସ ସୂଚିତ କରିଛି ଯେ ଆକ୍ରମଣକାରୀଙ୍କୁ ଲରେନ୍ସ ଗ୍ୟାଙ୍ଗ ଦ୍ଵାରା ଏହି ଅପରାଧ କରିବା ପାଇଁ ନିୟୋଜିତ କରାଯାଇଥିଲା।

 

କହିବାକୁ ଗଲେ ଯେ ଏପ୍ରିଲ ୧୪ରେ ବାନ୍ଦ୍ରାସ୍ଥିତ ସଲମାନଙ୍କ ଘରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ପୋଲିସ ଏହି ଘଟଣାରେ ଦୁଇ ଆକ୍ରମଣକାରୀ ସାଗର ପାଲ ଏବଂ ବିକି ଗୁପ୍ତାଙ୍କୁ ଅଟକ ରଖିଥିଲା। କୁହାଯାଉଛି ଯେ ଉଭୟ ଆକ୍ରମଣକାରୀ ଗିରଫ ସନ୍ଦିଗ୍ଧଙ୍କୁ ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଉଥିଲେ। ବର୍ତ୍ତମାନ ସନ୍ଦିଗ୍ଧ ବ୍ୟକ୍ତି ହରିୟାଣାରେ ଧରାପଡିଛନ୍ତି। ତାଙ୍କୁ ମୁମ୍ବାଇ ଅଣାଯାଇ ପଚରାଉଚରା କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ସଲମାନଙ୍କ ଘରେ ଗୁଳି ଚଳାଇବା ପାଇଁ ସାଗର ଏବଂ ବିକିଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ପୋଲିସ ପୂର୍ବରୁ ଦାବି କରିଥିଲା। ଅବଶିଷ୍ଟ ଟଙ୍କା କାମ ପରେ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.