ଅଯୋଧ୍ୟା ପରେ ଅଲିବାଗରେ ଜମି କିଣିଲେ ବିଗ୍ ବି, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 24, 2024 IST

ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ । ନିକଟରେ ସେ ଅଯୋଧ୍ୟାରେ ଜମି କିଣିଥିଲେ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା ।  ଏବେ ସେ ଆଲିବାଗରେ ଏକ ଚମତ୍କାର ସ୍ଥାନରେ କୋଟି ଟଙ୍କା ଜମି କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବିଗ୍ ବି ଅଲିବାଗରେ ୧୦ କୋଟି ଟଙ୍କାର ଜମି କିଣିଛନ୍ତି। ୧୦,୦୦୦ ବର୍ଗଫୁଟ ଜମିକୁ ଦ ହାଉସ୍‌ ଅଫ୍‌ ଅଭୟାନନ୍ଦ ଲୋଡାଙ୍କ ଠାରୁ କିଣାଯାଇଥିବା କୁହାଯାଉଛି। ତେବେ ବଲିଉଡର ଶେହେନଶା ଅମିତାଭ ବଚ୍ଚନ ଏହି ଖବର ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

 

ମିଡିଆ ରିପୋର୍ଟ ଅନୁଯାୟୀ, ବିଗ୍ ବି ଗତ ସପ୍ତାହରେ ଏହି କାରବାରକୁ ପଞ୍ଜୀକୃତ କରିଥିଲା। ଅମିତାଭଙ୍କ ପୂର୍ବରୁ ଶାହାରୁଖ ଖାନ, ଦୀପିକା ପାଦୁକୋନ-ରଣଭୀର ସିଂ ଏବଂ ଅନୁଷ୍କା ଶର୍ମାଙ୍କ ଭଳି ତାରକା ମଧ୍ୟ ଅଲିବାଗରେ ପ୍ରପଟି କିଣିଛନ୍ତି। ଏହାପୂର୍ବରୁ ଜାନୁଆରୀରେ ଅମିତାଭ ବଚ୍ଚନ ଅଯୋଧ୍ୟାରେ ୧୪.୫ କୋଟି ଟଙ୍କାରେ ଜମି କିଣିଥିଲେ। ।

 

ଅମିତାଭଙ୍କର ମୁମ୍ବାଇରେ ମଧ୍ୟ ଅନେକ ପ୍ରପଟି ଅଛି । ସେ ମୁମ୍ବାଇର ଜଲସା ନାମକ ବଙ୍ଗଳାରେ ରୁହନ୍ତି । ଏହି ଘର ୧୦ ହଜାର ୧୨୫ ବର୍ଗଫୁଟ ଉପରେ ବିସ୍ତାର ହୋଇଛି । ସୁପରଷ୍ଟାର ତାଙ୍କର ଅଧିକାଂଶ ସମୟ ଜଲସାରେ ବିତାଇଥାନ୍ତି । ତାଙ୍କର ଜାଲସା ପଛରେ ଅବସ୍ଥିତ ୮୦୦୦ ବର୍ଗଫୁଟ ସମ୍ପତ୍ତି ଅଛି। ତାଙ୍କର ତୃତୀୟ ସମ୍ପତ୍ତି ହେଉଛି ପ୍ରତୀକ୍ଷା, ତାଙ୍କ ୱାର୍କ ପ୍ଲେସ୍‌ର ନାମ ଜନକ ଏବଂ ବସ୍ତ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.