‘୧୭ ବର୍ଷ ପୁରୁଣା ମାମଲାରେ ଲାଗିଛି ଧାରା ୩୦୭; ନାମାଙ୍କନ ଫେରାଇ ନେବାକୁ ମିଳୁଥିଲା ଧମକ’

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବମଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ସେ କେବଳ ନିଜ ନାମାଙ୍କନ ଫେରାଇ ନେଇନାହାନ୍ତି ବରଂ ଅନ୍ତିମ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି । ଏହାକୁ ନେଇ ଏବେ ମୁହା ଖୋଲିଛି ଜାତୀୟ କଂଗ୍ରେସ । ଦଳ ଅଭିଯୋଗ କରିଛି ନାମାଙ୍କନ ଫେରାଇ ନେବାକୁ ଅକ୍ଷୟ କାନ୍ତିଙ୍କୁ ବିଜେପି ଧମକାଇ ଥିଲା ବୋଲି କଂଗ୍ରେସ ନେତା କହିଛନ୍ତି ।  

ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟଓ୍ୱାରୀ ଅଭିଯୋଗ କରିଛନ୍ତି, ଅକ୍ଷୟଙ୍କୁ ନାମାଙ୍କନ ଫେରାଇ ନେବାକୁ ବିଜେପି ନେତା ଧମକାଇଥିଲେ ଏବଂ ପ୍ରତାରିତ କରିଥିଲେ । ଏହାପରେ ଅକ୍ଷୟ ବମ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ପଟଓ୍ୱାରୀ କହିଛନ୍ତି, ଅକ୍ଷୟଙ୍କ ବିରୋଧରେ ଥିବା ଏକ ପୁରୁଣା କେସରେ ଆଇପିସିର ୩୦୭ ଧାରା ଲଗାଯାଇଛି । ତାଙ୍କୁ ଧମକା ଯାଇଥିଲେ ଯେ, ଗୋଟିଏ ରାତି ସବୁକିଛି ଓଲଟପାଲଟ କରିଦିଆଯିବ । ଯାହା ପରେ ଏଭଳି ନିଷ୍ପତ୍ତି ନେଇଥିଲେ ଅକ୍ଷୟ କାନ୍ତି ବମ । 

ସୂଚନା ଅନୁଯାୟୀ, ଇନ୍ଦୋରର ନିମ୍ନ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅକ୍ଷୟଙ୍କ ବିରୋଧରେ ୧୭ ବର୍ଷ ପୁରୁଣା ମାମଲାରେ ହତ୍ୟା ଭଳି ଧାରା ଯୋଡ଼ାଯାଇଛି । ସବୁଠୁ ବଡ଼ କଥା ହେଲା ଏହି ନିଷ୍ପତ୍ତି ଅକ୍ଷୟ ନାମାଙ୍କନ ଫେରାଇ ନେବାର ପାଞ୍ଚ ଦିନ ପୂର୍ବରୁ ହୋଇଛି । ଏହାକୁ ନେଇ ବିଜେପିକୁ ଟାର୍ଟେଟ୍ କରିଛି କଂଗ୍ରେସ । ଦେଶରେ ଲୋକତନ୍ତ୍ର ବିପଦରେ ରହିଛି । ସମାନ ଘଟଣା ଗୁଜରାଟର ସୁରଟରେ ହୋଇଛି ବୋଲି ପଟଓ୍ବାରୀ କହିଛନ୍ତି ।  

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.