LIVE TV
LIVE TV

ସୋସିଆଲ ମିଡିଆ ଇନଫ୍ଲୁଏନସର୍‌ଙ୍କ ଟିପ୍ପଣୀକୁ ନେଇ ବିବାଦ, ଅସନ୍ତୋଷ ଝାଡିଲେ ଜଗନ୍ନାଥ ପ୍ରେମୀ

NEWS7
actress-whose-looks-changed-after-earning-money

ପୁରୀ ୨୮/୧୧ : ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା । ପୁରୀ ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ । ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ । କୌଣସି ପ୍ରେମୀ ଯୁଗଳ ଯଦି ମନ୍ଦିର ଯାନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ ବୋଲି ନିଜ ପଡ୍‌କାଷ୍ଟରେ କହିଛନ୍ତି ଶୁଭଙ୍କର। ବଡ଼ ବଡ଼ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସେପଟେ ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ଉପସ୍ଥାପନ କରିବାରୁ ଭକ୍ତ, ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ତା ସହ ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ବୋଲି କହିଛନ୍ତି ଶୁଭଙ୍କର ।

କାରଣ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ । ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି, ଆପଣ କିଭଳି ଭିତରକୁ ଆସିଲେ।

ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି ଶ୍ରୀମନ୍ଦିର ପ୍ରସଙ୍ଗରେ ଏଭଳି ଭୁଲ୍ ତଥ୍ୟ ଦେବା ଗ୍ରହଣୀୟ ନୁହେଁ।