ଜେଲରେ କେଜରିୱାଲଙ୍କୁ ଦିଆଯାଉଛି ସ୍ଲୋ ପଏଜନ! AAP କହିଲା- ମୁଖ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦।୪: ଆମ ଆଦମୀ ପାର୍ଟି (ଆପ) ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲରେ ‘ସ୍ଲୋ ପଏଜନ’ ଦିଆଯାଉଛି। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କେଜରିୱାଲଙ୍କ ଇନସୁଲିନ ସ୍ତର ନିୟମିତ ବଢିବାରେ ଲାଗିଛି, ହେଲେ ତାଙ୍କୁ ଇନସୁଲିନ ଡୋଜ ଦିଆଯାଉ ନାହିଁ। ଆପ ନେତା ଦାବି କରିଛନ୍ତି ଯେ ‘ଏପରି ଷଡ଼ଯନ୍ତ୍ର ରଚା ଯାଇଛି ଯେ ଅରବିନ୍ଦ କେଜରିୱାଲଙ୍କୁ ହତ୍ୟା କରାଯିବ’। 

ସୌରଭ ଭରଦ୍ୱାଜ କହିଛନ୍ତି ଯେ  କେଜରିୱାଲ ବାରମ୍ବାର ତାଙ୍କ ସୁଗର ଲେବୁଲ ବଢୁଥିବାର ଜେଲ ଡାକ୍ତରଙ୍କୁ କହୁଛନ୍ତି।  ଆପଣ (ଜେଲ ପ୍ରଶାସନ)  ମୋତେ ଇନସୁଲିନ ଦିଅନ୍ତୁ, ତେବେ ଜେଲ ଡାକ୍ତର କହୁଛନ୍ତି କେଜରିୱାଲ ମିଛ କହୁଛନ୍ତି। ଡିଜି ଓ ଡିଆଇଜିଙ୍କୁ ଇନସୁଲିନ ମାଗିଲେ ହେଲେ ସେମାନେ ବି ଇନସୁଲିନ ଦେବାକୁ ମନା କରିଦେଲେ। ଅନ୍ୟପଟେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀ ଏକ୍ସ ରେ କେଜରିୱାଲଙ୍କ ସୁଗାର ଲେବୁଲ ରିଡିଂ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଏହା ୧୨ ଏପ୍ରିଲରୁ ୧୭ ଏପ୍ରିଲ ସୁଧା ନିଆଯାଇଥିବା ସୁଗାର ଲେବୁଲ ରିଡିଂ। ଯଦି ଏତେ ହାଇସୁଗାର ଲେବୁଲରେ ଇନସୁଲିନ ଦିଆଯିବନି ତେବେ ବ୍ୟକ୍ତିଙ୍କର ଧିରେ ଧିରେ ମଲ୍ଟି ଅର୍ଗାନ ଫେଲ୍ୟୋର ହୋଇପାରେ। ଏହା କିପରି କ୍ରୁର ସରକାର ଯିଏ ଡାଇବେଟିଜ ରୋଗୀକୁ ଇନସୁଲିନ ଦେବାକୁ ମନା କରୁଛି?

ଆପ୍ ନେତା ସୌରଭ ଭରଦ୍ୱାଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ  ଏବେ ଇନସୁଲିନ ଲାଗି କେଜରିୱାଲଙ୍କୁ ଜେଲରେ ଆବେଦନ କରିବାକୁ ପଡିବ। ସେ କେଜରିୱାଲଙ୍କ ସୂତ୍ରରୁ କହିଛନ୍ତି ଯେ ଗତ ୧୫ ଦିନ ହେଲା ତାଙ୍କ ଇନସୁଲିନ ଲେବୁଲ ବଢୁଛି। ହେଲେ ତାଙ୍କୁ ଇନସୁଲିନ ଦିଆଯାଉନି। ଜେଲ ପ୍ରଶାସନ କଥିତ ରୂପେ ସିଏମଙ୍କୁ ତାଙ୍କ ଡାକ୍ତରଙ୍କ ସହିତ ଭିଡିଓ କନଫରେନ୍ସ ଦାବିକୁ ବିରୋଧ କରୁଛି। ଏହାକୁ ନେଇ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଯଦି ସେ ଡାକ୍ତରଙ୍କ ସହିତ ଭିଡିଓ କନଫରେନସିଂ କରନ୍ତି ଇଡି, ସିବିଆଇ ଓ କେନ୍ଦ୍ର ସରକାରଙ୍କ କଣ ବିଗିଡିଯିବ? 

ସୌରଭ ଭରଦ୍ୱାଜ କହିଛନ୍ତି ଯେ ଯଦି କେଜରିୱାଲଙ୍କ ସୁଗର ଲେବୁଲ ଏପରି ବଢିଲା ତେବେ ତାଙ୍କ ନର୍ଭସ ଓ କିଡନୀ ଉପରେ ପ୍ରଭାବ ପଡିବ। ତାଙ୍କ କିଡନୀ ଫେଲ ହୋଇପାରେ। ସୌରଭ ଭରଦ୍ୱାଜ କହିଛନ୍ତି ଯେ  ଅରବିନ୍ଦ କେଜରିୱାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି। କେଜରିୱାଲଙ୍କୁ ସ୍ଲୋ ଡେଥ ଦିଆଯାଉଛି। କୁହାଯାଉଛି ଆମ୍ବ ଖାଇବା ଯୋଗୁ କେଜରିୱାଲଙ୍କ ସୁଗର ଲେବୁଲ ବଢୁଛି। ତେବେ ଏଲଜି ମଧ୍ୟ ଏହା ଶୁଣି ରଖନ୍ତୁ ସେ ୬ ତାରିଖରେ ଆମ୍ବ ଖାଇଥିଲେ ୧୨ ତାରିଖକୁ ତାଙ୍କ ସୁଗର ଲେବୁଲ ୩୨୦ କିପରି ହେଲା?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.