ଏଲଆଇସି ଭବନ ଅଗ୍ନିକାଣ୍ଡ ମାମଲା : ସାମ୍ନାକୁ ଆସିଲା ସତ, ମ୍ୟାନେଜରଙ୍କୁ ହତ୍ୟା କରିଥିଲା କନିଷ୍ଠ ସହଯୋଗୀ

NEWS7
ବାଂଲା-ଚଲୋ-bada-khabar-01-31-07-2018

ଚେନ୍ନାଇ,୧|୦୧ : ଗତବର୍ଷ ଡିସେମ୍ବରରେ ତାମିଲନାଡୁ ମଦୁରାଇ ସ୍ଥିତ ଏଲଆଇସି ଭବନରେ ଘଟିଥିବା ଅଗ୍ନିକାଣ୍ଡ ନୂଆ ମୋଡ ନେଇଛି । ଅଗ୍ନିକାଣ୍ଡରେ ଜଣେ ମହିଳା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ଏହାକୁ ଏକ ଅଘଟଣ କହି ଟାଳି ଦିଆଯାଇଥିଲା । ଏବେ କିନ୍ତୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ମହିଳା ଅଧିକାରୀଙ୍କୁ ତାଙ୍କର ଜଣେ କନିଷ୍ଠ ସହଯୋଗୀ ହତ୍ୟା କରିଥିବା ନେଇ ଖୁଲାସା ହୋଇଛି । ଏହାସହ ଅଭିଯୁକ୍ତ ପ୍ରଶାସନିକ ଅଧିକାରୀ ଡି ରାମଙ୍କୁ ପୋଲିସ ଗିରଫ କରିଛି ।

ସୂଚନାନୁସାରେ, ଡିସେମ୍ବର ୧୭ ତାରିଖରେ ଚେନ୍ନାଇ ଓ୍ୱେଷ୍ଟ୍ ଓ୍ୱେଲି ଷ୍ଟ୍ରିଟରେ ଥିବା ଏଲଆଇସି ଭବନରେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ବରିଷ୍ଠ ବ୍ରାଞ୍ଚ୍ ମ୍ୟାନେଜର ଏ କଲ୍ୟାଣୀ ନମ୍ବୀ ପ୍ରାଣ ହରାଇଥିଲେ । ସେ ନିଆଁରେ ପୋଡି ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ କହିଥିଲା । ଏଥିରେ ଅଭିଯୁକ୍ତ ଡି ରାମ୍ ମଧ୍ୟ ଆହତ ହୋଇଥିଲା । ରାମଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏମିତି ବଢିଥିଲା ସନ୍ଦେହ

ପୋଲିସକୁ ରାମ ଅଫିସ ଭିତରେ ଜଣେ ମୁଖା ପିନ୍ଧା ବ୍ୟକ୍ତି ପ୍ରବେଶ କରି ନିଆଁ ଲଗାଇଥିବା କହିଥିଲା । କିନ୍ତୁ ଏହାକୁ ନେଇ ପୋଲିସର ସନ୍ଦେହ ହୋଇଥିଲା । ଏପରିକି କଲ୍ୟାଣୀଙ୍କ ସୁନା ଗହଣା ଲୁଟିବା ପରେ ମୁଖାପିନ୍ଧା ବ୍ୟକ୍ତି ନିଆଁ ଲଗାଇଥିବା ନେଇ ରାମ ମିଛ କହିଥିଲା । କିନ୍ତୁ ପରେସେଏକଥା ନକହି ଭିନ୍ନ ବୟାନ ଦେଇଥିଲା । ଯାହା ସନ୍ଦେହକୁ ଆହୁରି ବଢାଇଥିଲା ।

ପୋଲିସର କହିବାନୁସାରେ, ରାମଙ୍କ କ୍ୟାବିନରେ କିଛି ପାଣି ବୋତଲ ଜବତ ହୋଇଥିଲା । ଏଥିରେ ପେଟ୍ରୋଲ ଭର୍ତ୍ତି କରାଯାଇଥିଲା । ସେ ତା ନିଜ ବାଇକରୁ ପେଟ୍ରୋଲ କାଢି ଅଫିସରେ ନିଆଁ ଲଲଗାଇଥିଲା । କଲ୍ୟାଣୀଙ୍କ ପୁଅ ମଧ୍ୟ ପୋଲିସକୁ ରାମ କଥା କହିଥିଲେ । ଯାହା ସତକୁ ସାମ୍ନାକୁ ଆଣିବାରେ ସହାୟକ ହୋଇଥିଲା ।

ବୀମା ପାଇଁ ଶତ୍ରୁତା

ଅନେକ ଏଜେଣ୍ଟ୍ କଲ୍ୟାଣୀଙ୍କ ରାମଙ୍କ ବିରୋଧରେ ଅଭିଯୋଗ କରିଥିଲେ । ରାମ ୪୦ରୁ ଅଧିକ ମୃତ୍ୟୁ ବୀମାର ଫାଇଲକୁ ଅଟକାଇ ଦେଇଥିବା ସେମାନେ କହିଥିଲେ । କଲ୍ୟାଣୀ ଏନେଇ ରାମଙ୍କୁ ପଚାରିବା ସହ ବରିଷ୍ଠ ଅଧିକାରୀଙ୍କୁ ଜଣାଇଦେବେ ବୋଲି କହିଥିଲେ । ଏହାକୁ ନେଇ ରାମ କଲ୍ୟାଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ।