LIVE TV

ସତ୍ୟ ନାଡେଲାଙ୍କ ବେତନ ହେଲା ୮୪୯ କୋଟି, କ୍ୟାରିୟରର ସବୁଠୁ ଉଚ୍ଚତମ ସ୍ତର

NEWS7
କେମିତି-ଏତେ-କ୍ରୁର-ହୋଇପାରେ

ନୂଆଦିଲ୍ଲୀ ୨୨।୧୦: ମାଇକ୍ରୋ ସଫ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ସତ୍ୟା ନାଡେଲାଙ୍କୁ ୨୦୨୪-୨୫ଆର୍ଥିକ ବର୍ଷ ନିମନ୍ତେ ବେତନ  ଆକାରରେ ମୋଟ ୯୬.୫ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮୪୯ କୋଟି ଟଙ୍କା ଦିଆଯାଇଛି। ଏହା ତାଙ୍କ କ୍ୟାରିୟରରେ ବେତନର ସବୁଠୁ ଉଚ୍ଚତମ ସ୍ତର। କମ୍ପାନୀ ଏହି ବେତନ ବୃଦ୍ଧିର ଶ୍ରେୟ କୁତ୍ରିମ ବୁଦ୍ଧିମତା (ଏଆଇ)ରେ ଅଭୂତପୂର୍ବ ପ୍ରଗତି ପାଇଁ ବୋଲି କହିଛି।

ବ୍ଲୁମବର୍ଗ ଅନୁସାରେ କମ୍ପାନୀର ନୂଆ ପ୍ରକ୍ସି ଫାଇଲିଂରେ କୁହାଯାଇଛି ଯେ ନାଡେଲାଙ୍କ ବେତନ ପିଛିଲା ବର୍ଷର ୭୯.୧ ମଲିୟନ ଡଲାରରେ ୨୨% ବୃଦ୍ଧି ହୋଇଛି। ଏଥିରୁ ପାଖାପାଖି ୯୦% ତାଙ୍କୁ ସେୟାର ଆକାରରେ ଦିଆଯାଇଛି। ତାଙ୍କ ବେସିକ ବେତନ ଏବେବି ୨.୫ ମିଲିୟନ ଡଲାର ଥିବା ବେଳେ ପାଖାପାଖି ୯.୫ ମିଲିୟନ ଡଲାର ତାଙ୍କୁ ନଗଦ ବୋନସ ଆକାରରେ ଦିଆଯାଇଛି। ମାଇକ୍ରୋସଫ୍ଟ ନିର୍ଦ୍ଦେଶକ ମଣ୍ଡଳି କହିଛନ୍ତି ଯେ ନାଡେଲାଙ୍କ ମୋଟ ପାରିଶ୍ରମିକର ୯୫% ପରଫର୍ମାନ୍ସ ଆଧାରିତ, ଯାହା କମ୍ପାନୀର ଲାଭ ଓ ସେୟାର ରିଟର୍ଣ୍ଣ ସହିତ ସମ୍ପର୍କିତ।

ମାଇକ୍ରୋସଫ୍ଟର ଆୟ ୨୦୨୫ରେ ୧୫% ବଢି ୨୮୧.୭ ବିଲିୟନ ଡଲାରକୁ ପହଞ୍ଚିଛି। ଏଥିରେ ନିଟ୍ ଲାଭ ୧୬% ବୃଦ୍ଧି ସହ ୧୦୧.୮ ବିଲିୟନ ଡଲାର ଛୁଇଁଛି। କମ୍ପାନୀ ସେୟାରରେ ମଧ୍ୟ ଚଳିତବର୍ଷ ଏ ପର୍ଯ୍ୟନ୍ତ ୨୩% ଅଭିବୃଦ୍ଧି ହାସଲ କରିଛି, ଯାହା ଏସ ଆଣ୍ଡ ପି ୫୦୦ ଇଣ୍ଡେକ୍ସର ଅଭିବୃଦ୍ଧି ଆକଳନ ୧୫%ରୁ ମଧ୍ୟ ଅଧିକ ରହିଛି। ଏଥିରେ କମ୍ପାନୀର ମୁଖ୍ୟ ବିତ୍ତିୟ ଅଧିକାରୀ ଏମି ହୁଡଙ୍କ ମୋଟ ଆୟ ୨୯.୫ ମଲିୟନ ଡଲାରକୁ ପହଞ୍ଚିଥିବା ବେଳେ କମର୍ସିଆଲ ଡିଭିଜନ ମୁଖ୍ୟ ଜଡସନ ଅଲଥପଙ୍କୁ ୨୮.୨ ମିଲିୟନ ଡଲାର ବେତନ ପ୍ୟାକେଜ୍ ମିଳିଛି। କମ୍ପାନୀ ତାର ଶୀର୍ଷ ପ୍ରବନ୍ଧନକୁ ଏବେକା ଏଆଇ ଆଧାରିତ ଦିଗ ଲାଗି ପୁରସ୍କୃତ କରିଥିବାର ସଂକେତ ଦେଇଛି।