ଜଙ୍ଗଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର, ମିଳିନି ପରିଚୟ

Published By : Prameya-News7 Bureau | January 19, 2022 IST

ଦେବଗଡ ୧୯।୧: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ହାତ ଗୋଡ ବନ୍ଧା ହୋଇ ପଡିଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଗ୍ରାମବାସୀମାନେ ନିତ୍ୟକର୍ମ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଯୁବକ ଜଣଙ୍କ ହାତ ଗୋଡ ବନ୍ଧା ହୋଇ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଏସମ୍ପର୍କରେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ । ସଂପୃକ୍ତ ଯୁବକଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କର ପରିଚୟ ମିଳିନଥିବା ବେଳେ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଘଟଣା ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.