ଗାଡ଼ି ଚେକିଂ ବେଳେ ଯୁବକଙ୍କ ମୃତ୍ୟୁ, ଏବେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ...

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ୧୨|୯: ନୋଇଡ଼ାର ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ଗୌରବ ଶର୍ମାଙ୍କ ଗାଡ଼ିକୁ ଟ୍ରାଫିକ ପୋଲିସ ବାଡିରେ ପିଟି ଅଟକାଇବା ଘଟଣା ନୂଆ ମୋଡ଼ ନେଇଛି। ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ୩୪ ବର୍ଷ ବୟସ୍କା ଯୁବକ ଗୌରବ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ପୋଲିସ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଧିକ ଟଙ୍କାର ଚାଲାଣ କାଟିବା ପାଇଁ ଧମକ ଦେଇଥିଲେ।

 ଟ୍ରାଫିକ ପୋଲିସଙ୍କ ଏହିଭଳି କଥା ଶୁଣିବା ପରେ ଗୌରବ ରାଗିଯାଇ ବଡ଼ ପାଟିରେ ଯୁକ୍ତିତର୍କ କରିଥିଲେ। ସେ ଅଧିକ ରାଗିଯିବାରୁ ତାଙ୍କୁ ହୃଦଘାତ ଆସିଥିଲା ଏବଂ ଘଟଣାସ୍ଥଳରେ ଗୌରବଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଟ୍ରାଫିକ୍ ପୋଲିସ ବିରୋଧରେ ଗୌରବଙ୍କ ବାପା ମୁଲଚନ୍ଦ ଶର୍ମା ଇନ୍ଦିରାପୁର ଥାନାରେ ଏଫଆଇଆର ଦେଇଛନ୍ତି। ଟ୍ରାଫିକ ଏସପି ଶ୍ୟାମ ନାରାୟଣଙ୍କୁ ଏହି ଘଟଣାର ତଦନ୍ତଭାର ଦିଆଯାଇଛି। ସଠିକ୍‌ ଭାବେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଏସପି ଶ୍ୟାମ ନାରାୟଣ କହିଛନ୍ତି।  ଅନ୍ୟ ପଟେ ଗୌରବଙ୍କ ବାପା କହିଛନ୍ତି ଯେ, ତାଙ୍କ ପୁଅଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା କରାଯାଇଛି। ଗୌରବ ମାନସିକ ଭାରସାମ୍ୟ ହରାଇବାରୁ ତାଙ୍କୁ ହୃଦଘାତ ହୋଇଥିବା କଥା ତାଙ୍କ ବାପା କହିଛନ୍ତି।  

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଗୌରବଙ୍କ ବାପା ଓ ମାଆ ଗାଜିଆବାଦଠାରୁ ଇନ୍ଦିରାପୁର ଅଭିମୁଖେ ଯାଉଥିଲେ। ହଠାତ୍ ସେକ୍ଟର ୬୨ ଏନଏଚ୍ ୨୪ରେ ତାଙ୍କ ଗାଡ଼ିକୁ ପୋଲିସ ବାଡିରେ ପିଟି ଅଟକାଇଥିଲା। ​ଗୌରବ ତାଙ୍କ ପରିବାର ସହ ଯାଉଥିବା ସମୟରେ ପୋଲିସ କାହଁକି ତାଙ୍କୁ ଗାଡିକୁ ପିଟିଲେ ବୋଲି ସେ ପ୍ରଶ୍ନ କରିଥିଲେ। ହେଲେ ପୋଲିସ ତାଙ୍କୁ ନାଲିଆଖି ଦେଖାଇଥିଲା। ପୋଲିସ ଓ ଗୌରବଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ପୋଲିସଙ୍କ ସହ ଯୁକ୍ତି କରିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.