ନିର୍ବାଚନ ପୂର୍ବରୁ ପୋଲସରାରେ ଫୁଟିଲା ଗୁଳି, ଜଣେ ଆହତ

Published By : Prameya-News7 Bureau | May 16, 2024 IST

ଭଞ୍ଜନଗର ୧୬।୫: ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଗଣେଶ ଖଟେଇ ନାମକ ଯୁବକ ଆହାତ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଗଣେଶ ପୋଲସରା ତୋଟାସାହି ନିକଟରେ ଠିଆ ହୋଇଥିବା ସମୟରେ ପଛପଟୁ ଗୁଳିମାଡ ହୋଇଥିଲା । ଗଣେଶଙ୍କ ବେକରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ କିଏ ଏବଂ କାହିଁକି ତାଙ୍କ ଉପରକୁ ଗୁଳିମାଡ଼ କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି l ଖବର ପାଇ ପୋଲସରା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ l

You Can Read :

ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୮ ଜଣଙ୍କୁ ବାନ୍ଧିଲା ଖଲ୍ଲିକୋଟ ପୋଲିସ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.