Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜିରାଙ୍ଗ ସାପ୍ତାହିକ ହାଟରେ ଯୁବକଙ୍କୁ ଛୁରାମାଡ, ପ୍ରେମ ବ୍ୟାପାରକୁ ନେଇ ହତ୍ୟା

17/09/2021 at 5:17 PM

ଗଜପତି ୧୭।୯: ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ହାଟରେ ଅଘଟଣ । ଜିରାଙ୍ଗ ସାପ୍ତାହିକ ହାଟରେ  ଯୁବକକୁ ଛୁରାମାଡ। ଜନଗହଳି ପୂର୍ଣ୍ଣ ହାଟରେ ଛୁରାମାଡ କରିଛି ଆକ୍ରମଣକାରୀ । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଉଛନ୍ତି ରାସିବାଡ ଗ୍ରାମର ଅଜାମ୍ବର ଦାଣ୍ଡିଆଙ୍କ ପୁଅ ରଞ୍ଜିତ ଦାଣ୍ଡିଆ । ପୋଲିସ ଆକ୍ରମଣକାରୀଙ୍କୁ କାବୁ କରିଥିବା ବେଳେ ଆକ୍ରମଣକାରୀ ବାପୁନୀ ଆଚାରୀ ବୋଲି ଜଣାପଡିଛି । ଅଭିଯୁକ୍ତ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଆକ୍ରମଣକାରୀକୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ବିବାହ ପୂର୍ବରୁ ସୁଚିତ୍ରା ଦଣ୍ଡିଆକୁ ପ୍ରେମ ନିବେଦନ କରି ଆସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ପୁଅ ସହ ସୁଚିତ୍ରାର ବିବାହ ହୋଇଥିଲା । ଇତି ମଧ୍ୟରେ ଆକ୍ରମଣକାରୀ  ସୁଚିତ୍ରାକୁ ବାପିନୀ ହଇରାଣ ହରକତ କରୁଥିବା ବେଳେ ଶୁକ୍ରବାର ସ୍ବାମୀ ସହ ଜିରାଙ୍ଗ ହାଟକୁ ଆସିବା ସମୟରେ ଅତର୍କିତ ଭାବେ ସ୍ବାମୀ ରଞ୍ଜିତକୁ ଛୁରାରେ ଆକ୍ରମଣ କରିଥିଲା ବୋଲି କହିଛନ୍ତି ରଞ୍ଜିତଙ୍କ ସ୍ତ୍ରୀ ଓ ପରିବାର ଲୋକେ ।

   Related Posts