Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଲଭ-ସେକ୍ସ-ଧୋକ୍କା: ପ୍ରେମିକାର ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

4/11/2019 at 6:38 PM

ନିଶ୍ଚିନ୍ତକୋଇଲି ୪|୧୧: ବାବୁଘର ପିଲାଙ୍କ ଅଏସ ଆରାମ ଲାଇଫ ଷ୍ଟାଇଲ l ଫେସବୁକରୁ ବନ୍ଧୁତା  ନାଆଁରେ କଲେଜ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ସମ୍ଭୋଗ କରିବାର ଯୋଜନା l କେବଳ ସେତିକି ନୁହେଁ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଧୋକାବାଜ ପ୍ରେମିକକୁ ଗିରଫ କରିଛି ପୋଲିସ ।

“ ମୁଁ ଇଞ୍ଜିନିୟର, ମୋ’ ବାପା ଆରଟିଓ ଅଫିସରେ ବଡ ଅଧିକାରୀ l ଆମ ପରିବାରର ହାଇ ଷ୍ଟାଟସ l ଆମେ ବାହାହେଇ ଯିବା l ତୁମକୁ ମୁଁ ‘ ଖୁବ ଭଲରେ ରଖିବି” – ଏମିତି ମିଠା ମିଠା ପ୍ରତିଶୃତି ଦେଇ ଯୁବତୀ ମନରେ ବିଶ୍ବାସ ଜନ୍ମେଇଲା ପରେ ବଦଳିଗଲା ସମ୍ପର୍କର ସୀମା ସରହଦ l

କଟକ ଜିଲ୍ଲା ମାହାଙ୍ଗା ଥାନା ପଲ୍ଲୀସାହି ଗାଆଁର ଯୁବକ ଲଳିତ ମୋହନ ପଟ୍ଟନାୟକ ଓରଫ ପପୁନ ମାହାଙ୍ଗା ଅଂଚଳର ଏକ ଡିଗ୍ରୀ କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ମିଠି(ଛଦ୍ମନାମ)କୁ ପ୍ରେମ ଜାଲରେ ଫସାଇ ତା ‘ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ହେଲେ ପ୍ରେମିକାକୁ ଧୋକା ଦେଇ ମିଠିର ନଗ୍ନ ଫଟୋ ଭାଇରାଲ କରିବାକୁ ପଛାଇନଥିଲା ।

ଅଭିଯୁକ୍ତ ଲଳିତ ଏବେ ବି  ଭୁବନେଶ୍ବରର ଏକ ଘରୋଇ କଲେଜରେ  ଡିପ୍ଲୋମା କରୁଥିବା ଖବର ମିଳିଛି l ଲଳିତର ବାପା ଭୁବନେଶ୍ବରରେ ରହନ୍ତି l ନିଜ ସାନଭାଇ ସହିତ ଏକା କଲେଜରେ ପଢ଼ୁଥିବା ଏହି ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଥିଲା ଲଳିତ ଓରଫ ପପୁନ l

ନିଜ ଜନ୍ମଦିନ କହି ବାଇକରେ ଓଳାଶୁଣୀ ଗୁମ୍ଫା ବୁଲାଇ ନେଇଥିଲା । ସେଠାରେ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ନିଶା ଦେଇ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି l ଏହି ଯୁବତୀଙ୍କୁ ଟଙ୍କା ପାଇଁ ବ୍ଲାକମେଲିଙ୍ଗ ମଧ୍ୟ କରାଯାଇଥିଲା l ଏବଂ ଶେଷରେ ସେସବୁ ଅନ୍ତରଙ୍ଗ ଫଟୋ ଫେସବୁକ,ଓ  ହ୍ବାଟଆପରେ ଛାଡିବା ଭଳି ଦୁଃସାହସ କରିଥିଲା ପପୁନ l

ଫଟୋ ଏବଂ ଭିଡିଓ ଭାଇରଲ ସାଙ୍ଗକୁ ଫୋନ ଯୋଗେ ବିଭିନ୍ନ ଧମକ ଦେଇଥିବା ଏହି ଯୁବକ ବିରୁଦ୍ଧରେ ପ୍ରଥମେ ମାହାଙ୍ଗା ପରେ କଟକ ସାଇବର  ଥାନାରେ ଏତଲା ହୋଇଥିଲା l ମାହାଙ୍ଗା ଆଇ ଆଇ ସି ରଞ୍ଜନ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ୫ଜଣିଆ ସ୍ବତନ୍ତ୍ର ପୋଲିସ ଟିମ ଭୁବନେଶ୍ରେବରରେ ପହଂଚି ଫେରାର ଅଭିଯୁକ୍ତ ଲଳିତ ପଟ୍ଟନାୟକକୁ ଗିରଫ କରିବାରେ ସଫଳ ହେବା ଜଣାପଡିଛି l

ଅପରାଧୀ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

   Related Posts