ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର

Published By : Prameya-News7 Bureau | January 23, 2021 IST

ଚଣ୍ଡିଖୋଲ ୨୩।୧: ସଡକ ଦୁର୍ଘଟଣାରେ ଯୁବତୀ ଗୁରୁତର । ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କଣ୍ଟିଗଡିଆ ଛକ ନିକଟରେ ସ୍କୁଟି ସହ ଧକ୍କା ହେଲା ଟ୍ରକ୍ । ଦୁର୍ଘଟଣା ଫଳରେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ସ୍କୁଟିରେ ବାଲିଚନ୍ଦ୍ରପୁର ଅଭିମୁଖେ ଯାଉଥିବା ବେଳେ କଣ୍ଟିଗଡିଆ ଛକ ନିକଟରେ ଟ୍ରକଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବତୀ ଜଣଙ୍କ ଗୁରୁତର ହୋଇ ପଡିଥିଲେ । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.